Odiapua.com

ବଢ଼ିଲା ସୁନା ଦର

ନୂଆ ଦିଲ୍ଲୀ ୨୩-୯ (ଓଡ଼ିଆ ପୁଅ) କ୍ରମାଗତ ଭାବେ ଗତ ଚାରି ଦିନ ହେବ ସୁନାର ଦର ଖସୁଥିଲା। କିନ୍ତୁ ଆଜି ଏଥିରେ ଲାଗିଛି ବ୍ରେକ୍। ସୋମବାରଦିନ ଦିଲ୍ଲୀ ସର୍ରାଫା ବଜାରରେ ସୁନାର ଦର ୧୩୦ ଟଙ୍କା ବଢ଼ିକରି ୩୮,୬୯୦ ଟଙ୍କା ପ୍ରତି ୧୦ ଗ୍ରାମ ହୋଇଛି। ଶନିବାରଦିନ ୨୪ କ୍ୟାରେଟ ସୁନାର ଦର ୩୮,୫୬୦ ଟଙ୍କା ପ୍ରତି ୧୦ ଗ୍ରାମ ଥିଲା। ରୁପାର ଦର ମଧ୍ୟ ବଢ଼ିଛି। ରୁପାର ଦର ୯୦୦ ଟଙ୍କା ବଢ଼ି ୪୭,୯୯୦ ଟଙ୍କା ପ୍ରତି କିଲୋଗ୍ରାମ ହୋଇଛି। ଗତ ସପ୍ତାହରର ଶେଷ ଦିନରେ ରୁପା ୪୭,୦୯୦ ଟଙ୍କା ପ୍ରତି କିଲୋଗ୍ରାମ ଥିଲା। ଅନ୍ତରାଷ୍ଟ୍ରୀୟ ବଜାର, ନ୍ୟୁୟର୍କରେ ସୁନାଦରରେ ବୃଦ୍ଧି ହେବା କାରଣରୁ ଘରୋଇ ବଜାରରେ ତେଜୀ ପରିଲକ୍ଷିତ ହୋଇଛି।