Odiapua.com

ଆସନ୍ତା କାଲି ଅକ୍ଷୟ ତୃତୀୟା : ଶସ୍ତା ହେଲା ସୁନା ରୁପା : ଜାଣନ୍ତୁ ଆଜିର ସୁନାରୂପା ଦର କ୍ୟାରେଟ୍ ଅନୁଯାୟୀ

ନୂଆଦିଲ୍ଲୀ ୧୪ ମଇ (ଓଡିଆ ପୁଅ) ଆଜି ସୁନା ଓ ରୂପା ମୂଲ୍ୟ କମ୍ ହୋଇଥିବା ଦେଖାଯାଇଛି। ବୁଧବାର ତୁଳନାରେ ଆଜି ସୁନା ଓ ରୂପା ମୂଲ୍ୟ ହ୍ରାସ ପାଇଛି। ବଜାରରେ ୨୪ କ୍ୟାରେଟ୍ ସୁନା ୪୭୬୯୭ ରେ ଖୋଲିଛି। ଗତ ବୁଧବାର ଦିନ ସନ୍ଧ୍ୟାରେ ଏହାର ମୂଲ୍ୟ ୪୭୭୬୪ ବନ୍ଦ ହୋଇଥିଲା। ସେହିପରି ରୂପା ମୂଲ୍ୟର ମୂଲ୍ୟ ୧୦୪୩ ଟଙ୍କା ହ୍ରାସ ହୋଇ ୬୯୯୦୫ ଟଙ୍କା ପ୍ରତି କିଲୋଗ୍ରାମରେ ପହଞ୍ଚିଛି।

ଇଣ୍ଡିଆ ବୁଲିଅନ୍ ଏଣ୍ଡ ଜୁଏଲର୍ସ ଆସୋସିଏସନ୍ ୱେବସାଇଟ୍ (ibjarates.com) ଅନୁଯାୟୀ, ୧୨ ମଇ ୨୦୨୧ ରେ ସାରା ଦେଶରେ ସୁନା ଓ ରୂପା ସ୍ପଟ୍ ମୂଲ୍ୟ ଏହିପରି

ଧାତୁ ମଇ ୧୪ ଦର (ଟଙ୍କାରେ / ୧୦ଗ୍ରାମ) ମଇ ୧୨ ଦର (ଟଙ୍କାରେ / ୧୦ଗ୍ରାମ) ଦରରେ ପରିବର୍ତ୍ତନ (ଟଙ୍କାରେ / ୧୦ଗ୍ରାମ)
ଧାତୁ – ଶୁଦ୍ଧତା – ୧୪-ମଇ – ୧୨-ମଇ – ମୂଲ୍ୟ ହ୍ରାସ ହୋଇଛି ଟଙ୍କାରେ

ସୁନା – ୯୯୯ – ୪୭୬୯୭ – ୪୭୭୬୪ – ୬୭

ସୁନା – ୫୮୫ – ୨୭୯୦୩ – ୨୭୯୪୨ – ୩୯

ସୁନା – ୭୫୦ – ୩୫୭୭୩ – ୩୫୮୨୩ – ୫୦

ସୁନା – ୯୧୬ – ୪୩୬୯୦ – ୪୩୭୫୨ – ୬୨

ସୁନା – ୯୯୫ – ୪୭୫୦୬ – ୪୭୫୭୩ – ୬୭

ରୂପା – ୯୯୯ – ୬୯୯୦୫ – ୭୦୯୪୮ – ୧୦୪୩

ଇଣ୍ଡିଆ ବୁଲିଅନ୍ ଏଣ୍ଡ ଜୁଏଲର୍ସ ଆସୋସିଏସନର ୱେବସାଇଟ୍ ଅନୁଯାୟୀ, ଆଜି ବଜାରରେ ୨୩ କ୍ୟାରେଟ୍ ସୁନାର ହାରାହାରି ମୂଲ୍ୟ ୧୦ ଗ୍ରାମ ପିଛା ୪୭୫୦୬ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ ମୂଲ୍ୟ ୪୩୬୯୦ ଟଙ୍କା ଥିବାବେଳେ ୧୮ କ୍ୟାରେଟ୍ ସୁନା ମୂଲ୍ୟ ପହଞ୍ଚିଛି ୩୫୭୭୩ ଟଙ୍କା। ସେହିପରି ରୂପା ମୂଲ୍ୟର ମୂଲ୍ୟ ୧୦୪୩ ଟଙ୍କା ହ୍ରାସ ହୋଇ ୬୯୯୦୫ ଟଙ୍କା ପ୍ରତି କିଲୋଗ୍ରାମରେ ପହଞ୍ଚିଛି।

ସୂଚନାଯୋଗ୍ୟଯେ, ଇଣ୍ଡିଆ ବୁଲିଅନ୍ ଏବଂ ଜୁଏଲର୍ସ ଆସୋସିଏସନ୍ ଦ୍ୱାରା ପ୍ରକାଶିତ ଦର ଏବଂ ଆପଣଙ୍କ ସହରର ମୂଲ୍ୟ ୫୦୦ ରୁ ୧୦୦୦ ଟଙ୍କା ମଧ୍ୟରେ ଭିନ୍ନ ହୋଇପାରେ।

IBJA ଦର ଦେଶବ୍ୟାପୀ ସ୍ୱୀକୃତିପ୍ରାପ୍ତ

ସୂଚନାଯୋଗ୍ୟଯେ, IBJA ଦ୍ୱାରା ଜାରି କରାଯାଇଥିବା ଦର ସାରା ଦେଶରେ ସର୍ବଭାରତୀୟ ସ୍ତରରେ ଗ୍ରହଣୀୟ। ତେବେ ଏହି ୱେବସାଇଟରେ ଦିଆଯାଇଥିବା ଦରରେ ଜିଏସ୍ଟି ଅନ୍ତର୍ଭୂକ୍ତ କରାଯାଇ ନାହିଁ। ସୁନା କିଣିବା ଏବଂ ବିକ୍ରୟ କରିବା ସମୟରେ, ଆପଣ IBJA ର ଦରକୁ ରେଫର୍ କରିପାରିବେ।