Odiapua.com

ଶସ୍ତା ହେଲା ସୁନା

ନୂଆ ଦିଲ୍ଲୀ ୨୫-୯ (ଓଡ଼ିଆ ପୁଅ) ଗତ ସପ୍ତାହରେ କ୍ରମାଗତ ଭାବେ ଶେଷ ଚାରି ଦିନ ସୁନାର ଦର ଖସୁଥିଲା। କିନ୍ତୁ ଚଳିତ ସପ୍ତାହରେ କ୍ରମାଗତ ଭାବେ ତିନିଦିନ ହେବ ବଢ଼ିବା ପରେ ଆଜି ଶସ୍ତା ହୋଇଛି ସୁନା ଦର।

ଆଜି ଗୁରୁବାର ଦିନ ୪୯୭ ଟଙ୍କା ଶସ୍ତା ହୋଇଛି ଅର୍ଥାତ୍ ୩୮,୬୮୫ ଟଙ୍କା ହୋଇଛି। ସୂଚନାଯୋଗ୍ୟଯେ, ସୋମବାରଦିନ ଦିଲ୍ଲୀ ସର୍ରାଫା ବଜାରରେ ସୁନାର ଦର ୧୩୦ ଟଙ୍କା ବଢ଼ିକରି ୩୮,୬୯୦ ଟଙ୍କା ପ୍ରତି ୧୦ ଗ୍ରାମ ହୋଇଥିଲା ବେଳେ ମଙ୍ଗଳବାରଦିନ ପୁଣି ୩୨୦ ଟଙ୍କା ବଢ଼ି ୩୯,୦୨୦ ଟଙ୍କା ପ୍ରତି ୧୦ ଗ୍ରାମ ହୋଇଥିଲା ଏବଂ ବୁଧବାରଦିନ ପୁଣି ସୁନାର ଦର ୧୬୨ ଟଙ୍କା ବଢ଼ିକରି ୩୯,୧୮୨ ଟଙ୍କା ହୋଇ ଥିଲା। ଗତ ଶନିବାରଦିନ ୨୪ କ୍ୟାରେଟ ସୁନାର ଦର ୩୮,୫୬୦ ଟଙ୍କା ପ୍ରତି ୧୦ ଗ୍ରାମ ଥିଲା।

ସେହିପରି ରୁପାର ଦର ମଧ୍ୟ କମିଛି। ଆଜି ରୁପା କିଗ୍ରା ପ୍ରତି ୧୫୮୦ ଟଙ୍କା କମ ହୋଇ ୪୭୨୩୫ ଟଙ୍କାରେ ପହଁଚିଛି।

ରୁପାର ଦର ସୋମବାର ଦିନ ୯୦୦ ଟଙ୍କା ବଢ଼ି ୪୭,୯୯୦ ଟଙ୍କା ପ୍ରତି କିଲୋଗ୍ରାମ ହୋଇଥିଲା ବେଳେ ମଙ୍ଗଳବାର ଦିନ ପୁଣି କିଲୋଗ୍ରାମ ପ୍ରତି ୭୩୦ ଟଙ୍କା ବଢ଼ି ୪୮, ୭୨୦ ଟଙ୍କା ହୋଇଥିବା ବେଳେ ବୁଧବାରଦିନ ରୁପାର ଦର ୯୫ଟଙ୍କା ବଢ଼ି ୪୮, ୮୧୫ ଟଙ୍କା ପ୍ରତି କିଲୋ ହୋଇଥିଲା।

ସୂଚନାଯୋଗ୍ୟଯେ, ଗତ ସପ୍ତାହରେ ଶନିବାରଦିନ ରୁପା ୪୭,୦୯୦ ଟଙ୍କା ପ୍ରତି କିଲୋଗ୍ରାମ ଥିଲା।