Odiapua.com

ଗୋବର୍ଦ୍ଧନ ପୂଜା

ଭୁବନେଶ୍ୱର:ଆଜି ଗିରୀଗୋବର୍ଦ୍ଧନ ପୂଜା।ଏହି ଦିନ ଗୋବର୍ଦ୍ଧନ ପୂଜା ହିସାବରେ ଗୋବର୍ଦ୍ଧନ ପର୍ବତର ପୂଜା କରାଯାଇଥାଏ।ପୁରାଣ ଅନୁଯାୟୀ,ଗୋକୂଳର ଲୋକମାନେ ଇନ୍ଦ୍ରଙ୍କର ପୂଜା କରି ଆସୁଥିଲେ।ଯାହାଙ୍କୁ ବର୍ଷାର ଦେବତା ମଧ୍ୟ କୁହାଯାଇଥାଏ।ତେବେ ଭଗବାନ କୃଷ୍ଣ ଗୋକୂଳ ଲୋକମାନଙ୍କର ଭାବନାରେ ପରିବର୍ତ୍ତନ ଆଣି ଦେଇଥିଲେ।ଇନ୍ଦ୍ରଙ୍କ ବଦଳରେ ଗୋବର୍ଦ୍ଧନ ପର୍ବତର ପୂଜା କରିବା ପାଇଁ ସେ ଲୋକଙ୍କୁ ଆଗ୍ରହ କରିଥିଲେ।ଭଗବାନ କୃଷ୍ଣ ଲୋକଙ୍କୁ ବୁଝାଇଥିଲେ ଯେ ଏହି ଗୋବର୍ଦ୍ଧନ ପର୍ବତ ସବୁବେଳେ ସବୁ ସମୟରେ ବିଭିର୍ଣ୍ଣ କଠିନ ପରିସ୍ଥିତରେ ମଧ୍ୟ ଆପଣମାନଙ୍କୁ ଖାଦ୍ୟ ଏବଂ ଆଶ୍ରୟ ପ୍ରଦାନ କରି ଆସୁଛି।ତେଣୁ ଗୋବର୍ଦ୍ଧନ ପର୍ବତର ପୂଜା କରାଯିବ ଉଚିତ।ଏହାପରେ ଲୋକେ ଗୋବର୍ଦ୍ଧନ ପର୍ବତର ପୂଜା କରିବା ଆରମ୍ଭ କରି ଦେଇଥିଲେ।ଏଥିରେ କ୍ରୋଧିତ ହୋଇ ଇନ୍ଦ୍ର ସେଠାରେ ପ୍ରବଳ ବର୍ଷା କରାଇଲେ।ଲୋକ ମାନଙ୍କୁ ବଞ୍ଚାଇବା ପାଇଁ ଭଗବାନ କୃଷ୍ଣ ତାଙ୍କ କାଣି ଆଙ୍ଗୁଠିରେ ଗୋବର୍ଦ୍ଧନ ପର୍ବତକୁ ଟେକି ଧରିଥିଲେ।ଏବଂ ଲୋକମାନେ ସେହି ପର୍ବତ ତଳେ ଆଶ୍ରୟ ନେଇଥିଲେ।/ଦେବଦତ୍ତ