Odiapua.com

କିଛି ସମୟ ଡାଉନ୍ ପରେ, ଜିମେଲ୍, ୟୁଟ୍ୟୁବ୍, ଗୁଗୁଲ୍ ଡକସ୍, ଗୁଗୁଲ୍ ସେବାଗୁଡିକ ପୁନଃ ଆରମ୍ଭ

ନୂଆ ଦିଲ୍ଲୀ ୧୪-୧୨ (ଓଡ଼ିଆ ପୁଅ) ଗୁଗୁଲର ଇମେଲ ସେବା, Gmail ଏବଂ ୟୁଟ୍ୟୁବ୍ର ହଠାତ୍ ବନ୍ଦ ହେବା କିମ୍ବା ସର୍ଭର ଡାଉନ ହେବା କିଛି ୟୁଜର୍ସ ଅନୁଭବ କରିଥିଲେ। ଏହିସେବା ସାମୟିକ ଭାବେ କିଛି ସମୟ ପାଇଁ ସନ୍ଧ୍ୟା ୫ଟା ସମୟରେ ଡାଉନ ଥିଲା ବୋଲି ୟୁଜର୍ସ ଅନୁଭବ କରିଛନ୍ତି।

ତେବେ ବର୍ତ୍ତମାନ ଏହି ସେବା ଆରମ୍ଭ ହୋଇଛି। କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ଉପଭୋକ୍ତାମାନେ ଏହି ଅସୁବିଧା ଅନୁଭବ କରିଥିବା କେତେକ ରିପୋର୍ଟରୁ ଜଣାପଡ଼ିଛି। ଗୁଗୁଲ୍ ଡକ ମଧ୍ୟ ଠିକ ଭାବରେ ବ୍ୟବହାର କରିପାରୁନଥିଲେ ୟୁଜର୍ସ। ତେବେ ଗୁଗୁଲ୍ ସର୍ଚ୍ଚ ଇଞ୍ଜିନ୍ କିନ୍ତୁ ସଠିକ୍ ଭାବରେ କାମ କରୁଥିଲା।