Odiapua.com

ମା’ କୁ ହତ୍ୟା କରି ଶବ ସହ ୩ଦିନ ରହି ପ୍ରେମିକ ସାଥେ ରୋମାନ୍ସ କଲା ଝିଅ; ପରେ ରେଳ ଧାରଣାରେ ଫିଙ୍ଗିଦେଲା ମା’ ର ଶବ!

ନୂଆଦିଲ୍ଲୀ: ଜଣେ ଝିଅ ତା’ ନିଜ ମା’ କୁ ହତ୍ୟା କରିଛି।ଏବଂ ହତ୍ୟା ପରେ ମା’ ର ଶବ ସହ ତିନି ଦିନ ରହି ପ୍ରେମିକ ସାଥେ ରୋମାନ୍ସ କଲା ପରେ ରେଳଧାରଣାରେ ଫିଙ୍ଗି ଦେଇଛି ମା’ ର ଶବ।ଏକାଧିକ ପୁରୁଷ ବନ୍ଧୁ (ବୟଫ୍ରେଣ୍ଡ)ଙ୍କ ସହ ପ୍ରେମ ସଂପର୍କ ରଖିବାକୁ ମା’ ବାରଣ କରିବାରୁ ଝିଅ ଏ’ କାଣ୍ଡ କରିଛି।ଏବଂ ଦୋଷ ବାପା ଉପରେ ଲଦିବାକୁ ଚେଷ୍ଟା କରିଛି ଝିଅ।

 

ଘଟଣାଟି ଘଟିଛି ହାଇଦ୍ରାବାଦର ହାୟତନଗର ବ୍ଲକ ଅନ୍ତର୍ଗତ ମୁନାଗନୁରୁ ଅଞ୍ଚଳରେ।ଶ୍ରୀନିବାସ ରେଡ୍ଡୀ ଏବଂ ରଜିତା ରେଡ୍ଡୀଙ୍କ + ୩ ଦୂତୀୟ ବର୍ଷରେ ପଢ଼ୁଥିବା ୧୯ ବର୍ଷୀୟା ଝିଅ କୀର୍ତ୍ତୀ ରେଡ୍ଡୀ ଜଣେ ଯୁବକଙ୍କ ସମେତ ଆଉ ଜଣେ ବିବାହିତ ପୁରୁଷଙ୍କ ସହ ପ୍ରେମ ସଂପର୍କ ରଖିଥିଲେ।ଶ୍ରୀନିବାସ ଜଣେ ଟ୍ରକ ଡ୍ରାଇଭର।ତେଣୁ ସେ ଅଧିକାଂଶ ସମୟ ବାହାରେ ରୁହନ୍ତି।ଝିଅ ଏପରି ଏକାଧିକ ପୁରୁଷଙ୍କ ସହିତ ସଂପର୍କ ରହିବାକୁ ମା’ ଗ୍ରହଣ କରି ନପାରି ବାରଣ କରିବାରୁ ଝିଅ ତା’ର ଜଣେ ପୁରୁଷ ବନ୍ଧୁ ସହ ମିଶି ୩୮ ବର୍ଷୀୟା ମା’ ଙ୍କୁ ତଣ୍ଟି ଚିପି ହତ୍ୟା କରିଦେଲା।ଏହାପରେ ମା’ ର ଶବ ସହ ସେହି ପୁରୁଷ ବନ୍ଧୁ ସାଙ୍ଗରେ ଗୋଟିଏ ଘରେ ତିନି ଦିନ ରହି ସେକ୍ସ ସଂପର୍କ ରଖିଲା।ଏବଂ ଏହା ପରେ ଶବ ଅଧିକ ଦୁର୍ଗନ୍ଧ ହେବାରୁ ବ୍ୟୟଫ୍ରେଣ୍ଡ ସହ ମିଶି ମା’ ର ମୃତ ଶରୀରକୁ ଟ୍ରେନ ଲାଇନରେ ଫିଙ୍ଗିଦେଲା।ଏବଂ ଏହାପରେ ଝିଅ ଚାଲିଯାଇ ଥିଲା ଦୂତୀୟ ପୁରୁଷ ବନ୍ଧୁ ପାଖକୁ।ଏବଂ ଆହୁରି ବଡ଼ କଥା ମା’ ନିଖୋଜ ନେଇ ଥାନାରେ ଅଭିଯୋଗ କରିବା ବେଳେ ବାପା ମଦ ପିଅନ୍ତି, ମା’ ସହିତ ସବୁବେଳେ ଅତ୍ୟାଚାର କରନ୍ତି, ପିଟନ୍ତି ଆଦି କହି ବାପାଙ୍କ ଉପରେ ଦୋଷ ଲଦିବାକୁ ଚେଷ୍ଟା କରିଥିଲା ଝିଅ।ତେବେ କଥାରେ ତାଳ ମେଳ ନଖାଇବା ଏବଂ ମୋବାଇଲ କଲ୍ ରେକର୍ଡ ଆଦିରୁ ପୋଲିସ ହତ୍ୟାକାଣ୍ଡର ରହସ୍ୟ ଜାଣିପାରିଥିଲା।ପୋଲିସ କୀର୍ତ୍ତୀ ରେଡ୍ଡୀଙ୍କ ସମେତ ତା’ର ଦୁଇ ପୁରୁଷ ବନ୍ଧୁ ବାଲ ରେଡ୍ଡୀ ଏବଂ ଶଶୀଙ୍କୁ ଗିରଫ କରିଛି।//ଦେବଦତ୍ତ ରଥ