Odiapua.com

କରବାଚୌଥ ପାଇଁ କିଣିବାକୁ ଆସିଥିବା ମହିଳାଙ୍କୁ “ଆଣ୍ଟି” କହିବାରୁ ସପିଂ ଛାଡି ଚୁଟି ଭିଡ଼ି ଏମିତି ମାରିଲେ ମହିଳାଯେ, ଉଦ୍ଧାର କରିବାକୁ ଆସିଲା ପୋଲିସ୍

ନୂଆ ଦିଲ୍ଲୀ ୩-୧୧ (ଓଡ଼ିଆ ପୁଅ) ଚଳିତ ବର୍ଷ ନଭେମ୍ବର ୪ ବୁଧବାର ଦିନ ମହିଳାମାନେ କରବାଚୌଥଙ୍କ ଉପବାସ ପାଳନ କରିବେ। ଏହି ଦିନକୁ ଅଧିକ ସ୍ୱତନ୍ତ୍ର କରିବା ପାଇଁ ସେମାନେ ବଜାରରେ ସପିଂ ମଧ୍ୟ ଜୋରସୋରରେ ଚାଲିଛି। କରୋନା ଅବଧି ପରେ ମହିଳାମାନେ ବଜାରରେ ଅଧିକ ସପିଂ କରୁଛନ୍ତି। ଏହି ସମୟ ମଧ୍ୟରେ, ୟୁପିରେ ଇଟାୱା ସହରରେ ଏପରି କିଛି ଘଟିଛି ​​ଯାହା ସମସ୍ତଙ୍କୁ ଚକିତ କରିଦେଇଛି। ବାସ୍ତବରେ ବଜାରରେ ଜଣେ ଝିଅ, ଜଣେ ମହିଳାଙ୍କୁ “ଆଣ୍ଟି” ବୋଲି ସମ୍ବୋଧିତ କରିଥିଲେ ​​ଏବଂ ଉଭୟଙ୍କ ମଧ୍ୟରେ ଏହାକୁ ନେଇ ବଡ଼ ଘରଣର ଝଗଡା ହୋଇଥିଲା। ଏହାପରେ କରବାଟୌଥ ପାଇଁ ସପିଂ କରିବାକୁ ଯାଇଥିବା ଜଣେ ମହିଳା ଉକ୍ତ ଝିଅଟିକୁ ଧରି ପିଟିଥିଲେ। ଝିଅଟିର ଏତିକି ଭୁଲ ଥିଲା ​​ଯେ, ସେ ମହିଳାଙ୍କୁ ମାଉସୀ “ଆଣ୍ଟି” ବୋଲି ଡାକିଦେଇଥିଲା। ଏହା ଶୁଣିବା ପରେ ମହିଳା ଜଣକ ସେହି ଝିଅ ଉପରେ ଅତ୍ୟଧିକ କ୍ରୋଧିତ ହୋଇ ଚୁଟିଧରି ପିଟିବା ଆରମ୍ଭ କରିଦେଇଥିଲେ। ହିନ୍ଦୁସ୍ତାନରେ ପ୍ରକାଶିତ ଖବର ଅନୁଯାୟୀ, ଦୁହିଁଙ୍କୁ ଅଲଗା କରିବା ପାଇଁ ପୋଲିସ କୌଣସି ପ୍ରକାରେ ଘଟଣାସ୍ଥଳରେ ପହଞ୍ଚିଥିଲା। ସୋମବାର ବିଳମ୍ବିତ ରାତିରେ ଅନେକ ମହିଳା କ୍ରୟ କରିବା ପାଇଁ ଗୋଟିଏ ଦୋକାନରେ ଠିଆ ହୋଇଥିଲେ। ତା’ପରେ ଜଣେ ଝିଅ ଜଣେ କ୍ରେତା ମହିଳାଙ୍କୁ ଆଣ୍ଟି ବୋଲି ସମ୍ବୋଧନ କରିଥିଲା। ଏହା ଶୁଣି ମହିଳା ଜଣକ ନିଜର ରାଗକୁ କଣ୍ଟ୍ରୋଲ କରିପାରିଲେ ନାହିଁ।

ସୂଚନାଯୋଗ୍ୟଯେ, ବିବାହିତ ମହିଳାମାନଙ୍କୁ କରଭାଟୌଥ ଦିନ ପୂର୍ବରୁ ଅନେକ ସାମଗ୍ରୀ କିଣିବାକୁ ପଡିଥାଏ। ଓଡ଼ିଶାରେ ସାବିତ୍ରୀ ଓଷା ପରି ଉତ୍ତର ଭାରତରେ କରବାଚୌଥ ସ୍ୱାମୀଙ୍କ ଦୀର୍ଘ ଜୀବନ କାମନା କରି ଓଷା ପାଳନ କରାଯାଇଥାଏ। ଏହି ଦିନ ମହିଳାମାନେ ଶାଢ଼ୀ, ଅଳଙ୍କାର ଏବଂ ମେକଅପ୍ ପରି ଅନେକ ଜିନିଷ ବ୍ୟବହାର କରି ସୁନ୍ଦରଭାବରେ ନିଜେ ସଜେଇ ହୋଇଥାନ୍ତି।

ଏହି ଦିନକୁ ଅଧିକ ସ୍ୱତନ୍ତ୍ର କରିବା ପାଇଁ, ସେମାନେ ସପିଂ କରିଥାନ୍ତି। ସେଥିପାଇଁ ବଜାରରେ ଜୋରସୋରରେ ସପିଂ କରାଯାଇଥାଏ। ଏହି ସମୟ ମଧ୍ୟରେ, ୟୁପିର ଇଟାୱା ସହରରେ ଏପରି କିଛି ଦେଖିବାକୁ ମିଳିଛି, ଯାହା ସମସ୍ତଙ୍କୁ ଚକିତ କରି ଦେଇଛି।