Odiapua.com

ଓଡ଼ିଆ ପୁଅ ଗିରିଶ ମୁର୍ମୁ ଜମ୍ମୁକାଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର ନିଯୁକ୍ତ

ନୂଆ ଦିଲ୍ଲୀ ୨୫-୧୦ (ଓଡ଼ିଆ ପୁଅ) ନରେନ୍ଦ୍ର ମୋଦୀଙ୍କର ବିଶ୍ବସ୍ତ ଅଧିକାରୀ ଭାବେ ଜଣାଶୁଣା ୧୯୮୫ ମସିହା ଗୁଜୁରାଟ କ୍ୟାଡରର ଆଇଏଏସ ଅଫିସର ଗିରିଶ ଚନ୍ଦ୍ର ମୁର୍ମୁଙ୍କୁ ଜମ୍ମୁକାଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭାବେ ନିଯୁକ୍ତି ମିଳିଛି। ଓଡ଼ିଶାର ମୟୁରଭଞ୍ଜ ମୟୂରଭଞ୍ଜ ଜିଲ୍ଲା ବେତନଟିରେ ଜନ୍ମଗ୍ରହଣ କରିଥିବା ଗିରିଶ ଚନ୍ଦ୍ର ମିର୍ମୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଥିବାବେଳେ ସେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭାବେ କାର୍ଯ୍ୟ ନିର୍ବାହ କରିଥିଲେ। ଏହା ବ୍ୟତୀତ ସେ ତାଙ୍କ ଅଧିନରେ ବହୁ ଗୁରୁତ୍ୱପୂର୍ଣ୍ଣ ପଦବୀରେ ନିଜର କାର୍ଯ୍ୟ ସମ୍ପାଦନ କରିଛନ୍ତି। ଏହା ବ୍ୟତୀତ ସେ କେନ୍ଦ୍ର ସରକାରଙ୍କ ଅର୍ଥ ମନ୍ତ୍ରାଳୟରେ ଗୁରୁତ୍ୱପୂର୍ଣ୍ଣ ପଦବୀରେ ନିଯୁକ୍ତ ହୋଇଥିଲେ। ୫୯ ବର୍ଷିୟ ମୁର୍ମୁ ବର୍ତ୍ତମାନ ଅର୍ଥ ମନ୍ତ୍ରାଳୟର ବ୍ୟୟ ବିଭାଗର ସଚିବ ଅଛନ୍ତି।

ଶ୍ରୀ ମୁର୍ମୁ ଉତ୍କଳ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର କରିବା ପରେ ଇଂଲଣ୍ଡର ବର୍ମିଙ୍ଗହାମ ବିଶ୍ୱବିଦ୍ୟାଳୟରୁ ଏମବିଏ କରିଛନ୍ତି।

ସୂଚନାଯୋଗ୍ୟଯେ, ମୋଦୀ ସରକାର ବର୍ତ୍ତମାନ ସୁଦ୍ଧା ତିନିଜଣ ଓଡ଼ିଆଙ୍କୁ ଏହି ଗୁରୁତ୍ତ୍ୱପୂର୍ଣ୍ଣ ଦାୟୀତ୍ତ୍ୱ ଦେଇଛନ୍ତି। ପୂର୍ବରୁ ଝାଡ଼ଖଣ୍ଡ ରାଜ୍ୟପାଳ ଭାବେ ଦ୍ରୌପଦୀ ମୁର୍ମୁ ଏବଂ ଚଳିତ ବର୍ଷ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ଭାବେ ବିଶ୍ୱ ଭୂଷଣ ହରିଚନ୍ଦନଙ୍କୁ ଦାୟିତ୍ୱ ଦିଆଯାଇଛି।