Odiapua.com

ଆପଣଙ୍କ ଡ୍ରଇଂରୁମରେ ସଜାନ୍ତୁ ପିଏମଙ୍କ ଗିଫ୍ଟ୍: ଘରେ ବସି ପାଇ ପାରିବେ; ପସନ୍ଦ କରନ୍ତୁ ଏବଂ ନିଜ ବଜେଟ ଅନୁଯାୟୀ ଅନଲାଇନ୍ ବୁକିଂ କରନ୍ତୁ

ନୂଆଦିଲ୍ଲୀ: ଆପଣ ଆପଣଙ୍କ ଡ୍ରଇଂ ରୁମରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପହାର ସଜାଇବାକୁ ଚାହୁଁଛନ୍ତି କି? ନୋ ପ୍ରୋବ୍ଲେମ୍, ହୋଇ ପାରିବ।ଆପଣ ଘରେ ବସି ପାଇ ପାରିବେ ମୋଦୀଙ୍କ ଉପହାର।ମୋଦୀଙ୍କୁ ମିଳିଥିବା ଉପହାର ଗୁଡ଼ିକ ଅନଲାଇନ୍ ନିଲାମ କରାଯିବ।୧୪, ସେପ୍ଟେମ୍ବରରୁ ଅକ୍ଟୋବର, ୦୩ ଯାଏଁ ଏହି ନିଲାମ ପ୍ରକ୍ରିୟା ଚାଲିବ।ଯେଉଁଥିରେ ମୋଦୀଙ୍କୁ ମିଳିଥିବା ରଙ୍ଗ ବିରଙ୍ଗ, ଦୁର୍ଲଭ ଏବଂ ଲୋଭନୀୟ ବସ୍ତୁ ନିଲାମ କରାଯିବ।ନିଲାମରୁ ମିଳିବା ଅର୍ଥ “ନମାମୀ ଗଙ୍ଗେ” ପରିଯୋଜନା ବାବଦରେ ଖର୍ଚ୍ଚ କରାଯିବ।ସୂଚନା ମୁତାବକ ମୋଦୀଙ୍କୁ ଗତ ୬ ମାସରେ ମିଳିଥିବା ୨୭୭୨ଟି ବସ୍ତୁ ନିଲାମ କରାଯିବ।ଉପହାର ଗୁଡ଼ିକର ସୁରକ୍ଷିତ ମୂଲ୍ୟ ରଖାଯାଇଛି।ଏବଂ ତାହା ଉପରେ ନିଲାମ ଡକାଯିବ।ଉପହାର ଗୁଡ଼ିକର ସର୍ବନିମ୍ନ ମୂଲ୍ୟ ୫୦୦ ରୁ ଆରମ୍ଭ ହୋଇ ସର୍ବାଧିକ ୨.୫ ଲକ୍ଷ ରହିଛି।ଅନଲାଇନରେ ପ୍ରତ୍ୟେକ ଦିନ ନିଲାମ ଚାଲିବ।ଏବଂ ଅକ୍ଟୋବର, ୦୩ ପରେ ଫାଇନାଲ୍ ମୂଲ୍ୟ ଜଣା ପଡ଼ିଯିବ।ନିଲାମ୍ ହେବାକୁ ଥିବା ବସ୍ତୁ ଗୁଡ଼ିକ ଭିତରେ ମୋଦୀଙ୍କ ପେଣ୍ଟିଂ ଫଟୋ, ଗାଈର କଳାକୃତି, କୃଷ୍ଣଙ୍କର କିଛି ସୁନ୍ଦର ପ୍ରତିମା, ବିବେକାନନ୍ଦଙ୍କ ପ୍ରତିମା, ଅଶୋକ ସ୍ତମ୍ଭ, ସୁନା ଏବଂ ରୂପାର ଖଣ୍ଡା, ସ୍ୱର୍ଣ୍ଣ ମନ୍ଦିର ପ୍ରତିକୃତି, ତିର- ଧନୁଷ, ବୁଦ୍ଧ ଏବଂ ଶିବାଜୀଙ୍କ ପ୍ରତିମା, ତିରୁପତି ମନ୍ଦିର କଳାକୃତି, ଅନେକ ଜ୍ୟାକେଟ ଏବଂ ବିଭିନ୍ନ ପ୍ରକାର ଟୋପି ଆଦି ରହିଛି।//ଦେବଦତ୍ତ ରଥ