Odiapua.com

ଭାଜପାରେ ଗୌତମ ଗମ୍ଭୀର:ମିନାକ୍ଷୀ ଲେଖିଙ୍କ ସ୍ଥାନରେ ଲଢ଼ିବେ!

ନୂଆଦିଲ୍ଲୀ:ପୂର୍ବ କ୍ରିକେଟୟର ଗୌତମ ଗମ୍ଭୀର ଭାଜପା କେନ୍ଦ୍ରୀୟ କାର୍ଯ୍ୟାଳୟରେ ଆଜି ଭାଜପାରେ ଯୋଗ ଦେଇଛନ୍ତି।ଅର୍ଥମନ୍ତ୍ରୀ ଅରୁଣ ଜେଟଲି ଏବଂ ରବି ଶଙ୍କର ପ୍ରସାଦଙ୍କ ଉପସ୍ଥିତିରେ ଗମ୍ଭୀର ପଦ୍ମ ଧରିଛନ୍ତି।ଏହା ପୂର୍ବରୁ ସେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ସହ ସାକ୍ଷାତ କରିଥିଲେ।ଗୌତମ ଗମ୍ଭୀର ଭାଜପାରେ ଯୋଗ ଦେବା ନେଇ କିଛି ଦିନ ହେଲା ଆଲୋଚନା ହୋଇ ଆସୁଥିଲା।ଗୌତମ ଗମ୍ଭୀରଙ୍କୁ ସମ୍ନାନ ଜନକ ନୂଆଦିଲ୍ଲୀ ଆସନରୁ ମିନାକ୍ଷୀ ଲେଖିଙ୍କ ସ୍ଥାନରେ ଭାଜପା ପାର୍ଥି କରିପାରେ ବୋଲି ଆଲୋଚନା ହେଉଛି।/ଦେବଦତ୍ତ