“ଆଗେ ବୁଣୁ ପଛେ ବୁଣୁ,ଗର୍ଭଣାକୁ ଟୁଣୁଟୁଣୁ”
ଭୁବନେଶ୍ୱର: ଭାରତ ବର୍ଷରେ ବିଭିନ୍ନ ପର୍ବପର୍ବାଣି ଗୁଡ଼ିକ ଋତୁ, ଧର୍ମ ଏବଂ ସାମାଜିକ ଭିତ୍ତିରେ ପାଳନ କରାଯାଏ। ତନ୍ମଧ୍ୟରୁ ଅନେକ ପର୍ବ କୃଷି ସମ୍ବନ୍ଧିୟ ହୋଇଥାଏ। ରାଜ୍ୟ ତଥା ପ୍ରାନ୍ତକୁ ନେଇ ଭିନ୍ନଭିନ୍ନ ସ୍ଥାନରେ ଭିନ୍ନଭିନ୍ନ ନାମରେ ତଥା ସମୟରେ ଅନେକ ପର୍ବ ପାଳନ ହୋଇଥାଏ। ଓଡ଼ିଶାରେ କୁହାଯାଏ ୧୨ ମାସରେ ୧୩ ପର୍ବ। ତନ୍ମଧ୍ୟରୁ ଗର୍ଭଣା ସଂକ୍ରାନ୍ତି ଅନ୍ୟତମ। ତୁଳା ମାସର ସଂକ୍ରାନ୍ତିରେ ପାଳିତ ହୁଏ ଗର୍ଭଣା ସଂକ୍ରାନ୍ତି। ଗର୍ଭଣା ସଂକ୍ରାନ୍ତିକୁ ତୁଳା ସଂକ୍ରାନ୍ତି ମଧ୍ୟ କୁହାଯାଇଥାଏ। ଏହି ଦିନ ସୂର୍ଯ୍ୟ ତୁଳା ରାଶିକୁ ଗମନ କରିଥାଆନ୍ତି। ଇଂରାଜୀ ମାସ ଅକ୍ଟୋବର ମାସରେ ପଡ଼େ ଏହି ସଂକ୍ରାନ୍ତି। ଗର୍ଭ ଅର୍ଥାତ୍ ଭୃଣ। ଏହି ସଂକ୍ରାନ୍ତି ବେଳକୁ ଧାନ ଗଛର ଗର୍ଭରେ ଧାନ କେଣ୍ଡା ବାହାରେ। ଏହି ସମୟରେ ଗର୍ଭଣା ଗଛର ଡାଳକୁ ପୂଜା କରି କ୍ଷେତରେ ପୋତିଲେ ଭଲ ଫସଲ ହୁଏ ବୋଲି ବିଶ୍ୱାସ ରହିଛି। ଗର୍ଭଣା ଗଛକୁ କେତେକ ସ୍ଥାନରେ ଅଙ୍କରାନ୍ତି ଗଛ ମଧ୍ୟ କୁହାଯାଏ।
-@DevDrath