Odiapua.com

ଗଞ୍ଜାମରେ ୪୨ କରୋନା ଆକ୍ରାନ୍ତ – ଏମାନଙ୍କ ମଧ୍ୟରେ ୧୨ କରୋନା ଯୋଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୯୭କୁ ବୃଦ୍ଧି

ବ୍ରହ୍ମପୁର, ୧୯।୬ (ଓଡ଼ିଆ ପୁଅ) : ଗଞ୍ଜାମ ଜିଲାରେ ଆଜି ୪୨ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୯୭କୁ ବୃଦ୍ଧି ପାଇଛି। ୪୨ ଆକ୍ରାନ୍ତଙ୍କ ମଧ୍ୟରେ ୧୨ ଜଣ କରୋନା ଯୋଦ୍ଧା ଅଛନ୍ତି। ୮ ଶେରଗଡ଼ରୁ, ୨ ସାନଖେମୁଣ୍ଡିରୁ, ଆସ୍କାରୁ ଜଣେ ଏବଂ ଛତ୍ରପୁରରୁ ଜଣେ।

ଅନ୍ୟମାନଙ୍କ ମଧ୍ୟରେ ୩ ଆକ୍ରାନ୍ତ କର୍ଣ୍ଣାଟକ, ସୁରାଟ ଓ ଚେନ୍ନାଇ ଫେରନ୍ତା ଏବଂ ସେମାନେ ଖଲ୍ଲିକୋଟ ବେଗୁନିଆ ପଡ଼ା ଏବମ ଧରାକୋଟର ବାସିନ୍ଦା।

ତେବେ ଅନ୍ୟ ୨୭ ଜଣ ଚିହ୍ନଟ ହୋଇଥିବା ପଜିଟିଭମାନଙ୍କ ସଂସ୍ପର୍ଶରେ ଆସି ଆକ୍ରାନ୍ତ ହୋଇଛନ୍ତି। ସାମାନଙ୍କ ମଧ୍ୟରୁ ଆସ୍କାରୁ ଜଣେ, ବେଗୁନିଆପଡ଼ାରୁ ଜଣେ, ବେଲଗୁଣ୍ଠାରୁ ୩ ଜଣ BeMC ରୁ ୩ଜଣ, ଭଞ୍ଜନଗରରୁ ୨ ଜଣ, ଛତ୍ରପୁରରୁ ଜଣେ, ଖଲିକୋଟ ୪ଜଣ, କୁକୁଡ଼ାଖଣ୍ଡି ୨ଜଣ, ପୁରୁଷୋତ୍ତମପୁର ୨ଜଣ, ସାନଖେମୁଣ୍ଡି ୭ଜଣ, ଶେରଗଡ଼ରୁ ଜଣେ ଚିହ୍ନଟ ହୋଇଛନ୍ତି।

ଏ ସମ୍ପର୍କରେ ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନା ଯୋଗ୍ୟ, ମୋଟ ଆକ୍ରାନ୍ତ ୭୯୭ଙ୍କ ମଧ୍ୟରୁ ୬୩୬ ସୁସ୍ଥ ହୋଇଥିବାବେଳେ ୬ ଜଣଙ୍କ ମୃତ୍ୟୁ ଘଟିଛି। ୧୬୧ ଜଣ କରୋନା ଆକ୍ରାନ୍ତଙ୍କ କୋଭିଡ ହସ୍ପିଟାଲରେ ଚିକିତ୍ସା ଚାଲିଛି।