ନୂଆଦିଲ୍ଲୀ: ଗାନ୍ଧୀଜୀ”ଙ୍କୁ ରାଷ୍ଟ୍ରପୁତ୍ର ବୋଲି କହିଛନ୍ତି ବିଜେପି ନେତ୍ରୀ ତଥା ମଧ୍ୟପ୍ରଦେଶ ଭୋପାଳ ସାଂସଦ ସାଧ୍ଵୀ ପ୍ରଜ୍ଞା ସିଂ ଠାକୂର।ଭୋପାଳ ରେଳ ଷ୍ଟେସନରେ ଏକ କାର୍ଯ୍ୟକ୍ରମକୁ ଯାଇଥିବା ସମୟରେ ମିଡିଆର ଏକ ପ୍ରଶ୍ନର ଉତ୍ତର ଦେଇ ପ୍ରଜ୍ଞା ଠାକୂର କହିଥିଲେ ମହାତ୍ମା ଗାନ୍ଧୀ ରାଷ୍ଟ୍ରପୁତ୍ର ବା ରାଷ୍ଟ୍ରର ପୁତ୍ର ଅଟନ୍ତି।ଯାହାଙ୍କୁ ପ୍ରତ୍ୟେକ ସମୟରେ ରାଷ୍ଟ୍ର ଶ୍ରଦ୍ଧା ସହକାରେ ମନେ ରଖିବା ଉଚିତ।ଗାନ୍ଧିଜୀଙ୍କ ୧୫୦ ତମ ଜୟନ୍ତୀ ପାଳନ ଉଦ୍ଦେଶ୍ୟରେ ବିଜେପି ଆୟୋଜନ କରୁଥିବା କୌଣସି ସଂକଳ୍ପ ଯାତ୍ରାରେ ପ୍ରଜ୍ଞା ଠାକୂର ଏ’ ପର୍ଯ୍ୟନ୍ତ ଯୋଗ ଦେଇନଥିବାକୁ ନେଇ ଗଣମାଧ୍ୟମ ପ୍ରଶ୍ନର ଉତ୍ତରରେ ପ୍ରଜ୍ଞା ଗାନ୍ଧୀଙ୍କୁ ରାଷ୍ଟ୍ରପୁତ୍ର କହିବା ସହ ମୁଁ ତାଙ୍କର ପ୍ରଶଂସା କରେ ଏବଂ ଏଥିନେଇ ତାଙ୍କୁ କୌଣସି ସ୍ପଷ୍ଟୀକରଣ ଦେବାର ଆବଶ୍ୟକତା ନାହିଁ ବୋଲି ସାଧ୍ଵୀ ପ୍ରଜ୍ଞା ସିଂ ଠାକୂର କହିଥିଲେ।//ଦେବଦତ୍ତ ରଥ