Odiapua.com

ନିରାକାରପୁର – ଗୋଳବାଇରେ ଗଜଲକ୍ଷ୍ମୀ ପୂଜା ପାଳିତ ..

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସ୍ଥାନରେ କୁମାର ପୂର୍ଣ୍ଣିମା ତଥା ଗଜଲକ୍ଷ୍ମୀ ପୂଜା ପାଳିତ ହୋଇଯାଇଛି। ଗୋଳବାଇ ଶାସନ ସ୍କୁଲ ଛକ ନିକଟରେ ସ୍ଥାନୀୟ ବ୍ୟବସାୟୀ ସଙ୍ଗଠନ ପକ୍ଷରୁ ଗଜଲକ୍ଷ୍ମୀ ପୂଜା ପାଳିତ ହୋଇଥିବା ବେଳେ ନିରାକାରପୁର ଲକ୍ଷ୍ମୀ ବଜାର ଗଜଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଗଜଲକ୍ଷ୍ମୀ ପୂଜା ପାଳିତ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ଆସନ୍ତା ୫ ତାରିଖରେ ମଞ୍ଚସ୍ଥ ହେବାକୁ ଯାଉଛି ପ୍ରାୟୋଜିତ ନାଟକ “ଆଖି ଅବୁଝାକୁ ଲୁହ ଅବୁଝା”।
-/Devrarh