Odiapua.com

ଗଡ଼କରୀଙ୍କୁ ଉପ ପ୍ରଧାନମନ୍ତ୍ରୀ,ଶିବରାଜ ସିଂହଙ୍କୁ ରାଷ୍ଟ୍ରୀୟ ଅଧ୍ୟକ୍ଷ କରାଯାଉ

ନୂଆଦିଲ୍ଲୀ:ନୀତିନ ଗଡ଼କରୀଙ୍କୁ ଉପ ପ୍ରଧାନମନ୍ତ୍ରୀ ଏବଂ ଶିବରାଜ ସିଂ ଚୌହାନଙ୍କୁ ରାଷ୍ଟ୍ରୀୟ ଅଧ୍ୟକ୍ଷ କରାଯିବା ଉଚିତ।ଏପରି କହିଛନ୍ତି ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ମନ୍ତ୍ରୀ ଥିବା ବିଜେପି ନେତା ସଂଘପ୍ରିୟ ଗୌତମ।ଏହା ସହ ରାଜନାଥ ସିଂହଙ୍କୁ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ କରାଯାଇ ଯୋଗୀ ଆଦିତ୍ୟନାଥଙ୍କୁ ଧାର୍ମିକ କାର୍ଯ୍ୟକ୍ରମରେ ଲଗାଯିବା ଉଚିତ ବୋଲି କହିଛନ୍ତି ସଂଘପ୍ରିୟ ଗୌତମ।ଏହା ସହ ସେ କହିଛନ୍ତି ଏପରି ଲାଗୁଛି ଆସନ୍ତା ଲୋକସଭା ନିର୍ବାଚନରେ ମୋଦୀ ମନ୍ତ୍ର କାମ କରିବ ନାହିଁ।ସଂଘପ୍ରିୟ ଗୌତମଙ୍କ ଏପରି ମନ୍ତବ୍ୟ ପରେ ବିଜେପି ଭିତରେ ଆଲୋଡ଼ନ ସୃଷ୍ଟି ହୋଇଛି।/ଦେବଦତ୍ତ