Odiapua.com

ଆୟକର ରିଟର୍ଣ୍ଣର ପ୍ରି-ଫାଇଲିଂ

ନୂଆଦିଲ୍ଲୀ ୫-୭ (ଓଡ଼ିଆ ପୁଅ) ଅର୍ଥମନ୍ତ୍ରୀ କହିଥିଲେ ଯେ କରଦାତାଙ୍କ ପାଇଁ ପୂର୍ବରୁ ଫାଇଲ ହୋଇଥିବା ଟ୍ୟାକ୍ସ ରିଟର୍ଣ୍ଣ ଉପଲବ୍ଧ ହେବ। ଯେଉଁଥିରେ ଦରମା, ବିଭିନ୍ନ ସିକ୍ୟୁରିଟିରୁ ଆର୍ଥିକ ଲାଭ, ବ୍ୟାଙ୍କ ସୁଧ ଏବଂ ଲାଭାଂଶ ଓ କର ହ୍ରାସ ଆଦି ସମ୍ବନ୍ଧରେ ସାରାଂଶ ଉଲ୍ଲେଖ ରହିବ। ସେ ପୁନଶ୍ଚ କହିଲେ ଯେ, ଏହି ଆୟ ସମ୍ବନ୍ଧୀୟ ସୂଚନା ସମ୍ପୃକ୍ତ ଉତ୍ସ ଯଥା – ବ୍ୟାଙ୍କ, ଷ୍ଟକ ଏକ୍ସଚେଜ, ମ୍ୟୁଚୁଆଲ ଫଣ୍ଡ, ଇପିଏଫଓ, ରାଜ୍ୟ ପଞ୍ଜିକରଣ ବିଭାଗ ଇତ୍ୟାଦିରୁ ସଂଗ୍ରହ କରାଯିବ। ଏହା ଫଳରେ ଟ୍ୟାକ୍ସ ରିଟର୍ଣ୍ଣ ଫାଇଲ ନେଇ ସମୟରେ କେବଳ ହ୍ରାସ ଘଟିବ ନାହିଁ ବରଂ ଆୟ ଓ କର ନେଇ ରିପୋର୍ଟ କରିବାରେ ନିର୍ଭୁଲତା ରହିବ।