Odiapua.com

ତାଜା ଖବର: ମୁମ୍ବାଇରେ ୪ ମହଲା କୋଠା ଭୁଷୁଡ଼ିଲା, ୫୦ ରୁ ଅଧିକ ଲୋକ ଦବିଥିବାର ଆଶଙ୍କା

ମୁମ୍ବାଇ ୧୬ -୭ (ଓଡ଼ିଆ ପୁଅ) ମୁମ୍ବାଇର ଡୋଙ୍ଗରୀ ନାମକ ସ୍ଥାନରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଖବର ଅନୁଯାୟୀ ଏଠାରେ ୪ ମହଲା କୋଠା ଭୁଷୁଡ଼ି ପଡ଼ିବାରୁ ୫୦ରୁ ଅଧିକ ଲୋକ ଦବି ରହିଥିବାର ଆଶଙ୍କା କରାଯାଉଛି। ଏହି ଦୁର୍ଘଟଣାର ସୂଚନା ମିଳିବା କ୍ଷଣି ଉଦ୍ଧାରକାରୀଦଳ ସେଠାରେ ପହଁଞ୍ଚିଛନ୍ତି। ଦମକଳକର୍ମୀଙ୍କ ବ୍ୟତୀତ ଆମ୍ବୁଲାନ୍ସ ଏବଂ ଏନଡିଆରଏଫର ଟିମ ମଧ୍ୟ ଘଟଣାସ୍ଥଳରେ ପହଁଞ୍ଚିଛି। ଅଧିକ ଖବର କିଛି ସମୟ ପରେ …