Odiapua.com

କଲ୍ୟାଣ ମଣ୍ଡପର ଭିତ୍ତି ପ୍ରସ୍ତର ସ୍ଥାପନ

ପୁରୀ, ୧୫/୦୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ସ୍ଥାନୀୟ ବାଲି ସାହି ହିଞ୍ଜଳ ଯାଗା ପରିଷରରେ କେନ୍ଦ୍ରିୟ ସଂସ୍ଥା ଏମଓଆଇଏଲ ଙ୍କ ୪୭ଲକ୍ଷ ଟଙ୍କା ଅନୁଦାନରେ କଲ୍ୟାଣ ମଣ୍ଡପ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି। ଏହି ଉତ୍ସବରେ ବିଧାୟକ ଜୟନ୍ତ କୁମାର ଶଡ଼ଙ୍ଗୀ, ପ୍ରାକ୍ତନ ନଗରପାଳ କୌର ହରି ପ୍ରଧାନ, କାଶିନାଥ ସାହୁ ଓ ଶ୍ରୀକଣ୍ଠ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ। ଶ୍ରୀ କ୍ଷେତ୍ରରେ ଶ୍ରୀମନ୍ଦିର ସହ ଯାଗା ଆଖାଡ଼ା କ୍ସ୍‌ୃତି ଅଙ୍ଗାଅଙ୍ଗୀ ଭାବେ ଜଡ଼ିତ କିନ୍ତୁ, ରକ୍ଷଣାବେକ୍ଷଣ ଅଭାବରୁ ଯାଗା ଆଖାଡ଼ା ଗୁଡ଼ିକ ଅବକ୍ଷୟ ହେବାକୁ ଲାଗିଛି। ଏବେ ପୁଣିଥରେ ଏସବୁର ପୁନଃଉଦ୍ଧାର ପାଇଁ ବିଧାୟକ ଜୟନ୍ତ କୁମାର ଶଡ଼ଙ୍ଗୀ ପ୍ରଚେଷ୍ଟା ଆରମ୍ଭ କରିଛନ୍ତି।