Odiapua.com

ବିଜେପିକୁ ଝଟକା : ଟିଏମସିରେ ଯୋଗ ଦେଲେ ବାବୁଲ ସୁପ୍ରିଓ

ନୂଆ ଦିଲ୍ଲୀ ୧୮ ସେପ୍ଟେମ୍ବର (ଓଡ଼ିଆ ପୁଅ) ଗତ କିଛି ମାସ ହେବ ରାଜନୈତିକ ମଞ୍ଚରେ ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି। ଆସାନସୋଲର ବିଜେପି ସାଂସଦ ବାବୁଲ ସୁପ୍ରିଓ ଆଜି ତୃଣମୂଳ କଂଗ୍ରେସରେ ଯୋଗ ଦେଇଛନ୍ତି। ତୃଣମୂଳ କଂଗ୍ରେସର ଅଲ ଇଣ୍ଡିଆର ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ ତୃଣମୂଳ କଂଗ୍ରେସର ପତାକା ବାବୁଲ ସୁପ୍ରିୟାଙ୍କୁ ପ୍ରଦାନ କରିଛନ୍ତି। ଏହି ଅବସରରେ ତୃଣମୂଳ କଂଗ୍ରେସର ସାଂସଦ ଡେରେକ ଓ’ ବ୍ରାଇନ୍ ଉପସ୍ଥିତ ଥିଲେ।

ପରିବେଶ ମନ୍ତ୍ରଣାଳୟରେ କନିଷ୍ଠ ମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ କୁହାଯିବାର ଦୁଇ ମାସ ପରେ ଆଜି କେନ୍ଦ୍ର କେନ୍ଦ୍ର ମନ୍ତ୍ରୀ ବାବୁଲ ସୁପ୍ରିଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସରେ ଯୋଗ ଦେଇଛନ୍ତି। କେନ୍ଦ୍ରୀୟ ପଦରୁ ଇସ୍ତଫା ଦେବାର ଏକ ମାସ ପରେ ପୂର୍ବତନ ବିଜେପି ସାଂସଦ କହିଥିଲେ ଯେ ସେ କୌଣସି ଦଳରେ ଯୋଗଦେବେ ନାହିଁ ଏବଂ ରାଜନୀତି ଛାଡ଼ିବେ। ପରେ ସେ ତାଙ୍କ ଯୋଜନାରେ ସଂଶୋଧନ କରି ସଂସଦର ସଦସ୍ୟ ରହିବେ ବୋଲି କହିଥିଲେ।

ଶ୍ରୀ ସୁପ୍ରିଓ ହେଉଛନ୍ତି ପଞ୍ଚମ ବିଜେପି ନେତା ଯିଏକି ବିଜେପି ଛାଡ଼ି ତୃଣମୂଳ କଂଗ୍ରେସରେ ଯୋଗ ଦେଇଥିଲେ। ଅନ୍ୟ ଚାରିଜଣ ବିଜେପି ବିଧାୟକ ଯେଉଁମାନେ ମେ ମାସରେ ବିଧାନସଭା ନିର୍ବାଚନରେ ଜିତି କ୍ଷମତାକୁ ଆସିବା ପରେ ତୃଣମୂଳ କଂଗ୍ରେସରେ ଯୋଗ ଦେଇଥିଲେ। ତୃଣମୂଳ ନେତା କୁନାଲ ଘୋଷ ଆଜି କହିଛନ୍ତି ଯେ ଦଳରେ ଯୋଗଦେବା ପାଇଁ ଅଧିକ ବିଜେପି ନେତା ଆଲୋଚନା କରୁଛନ୍ତି। ନ୍ୟୁଜ୍‌ ଏଜେନ୍ସି ଏଏନ୍‌ଆଇର ରିପୋର୍ଟ ଅନୁଯାୟୀ, ଶ୍ରୀ ଘୋଷ କହିଛନ୍ତି, “ବହୁ ବିଜେପି ନେତା ତୃଣମୂଳ କଂଗ୍ରେସ ନେତୃତ୍ୱ ସହ ଯୋଗାଯୋଗରେ ଅଛନ୍ତି। ସେମାନେ ବିଜେପିରେ ସନ୍ତୁଷ୍ଟ ନୁହଁନ୍ତି। ଜଣେ (ଶ୍ରୀ ସୁପ୍ରିଓ) ଆଜି ଯୋଗ ଦେଇଛନ୍ତି, ଆଉ ଜଣେ ଆସନ୍ତାକାଲି ଯୋଗଦେବାକୁ ଚାହୁଁଛନ୍ତି। ଏହି ପ୍ରକ୍ରିୟା ଜାରି ରହିବ। ଅପେକ୍ଷା କରନ୍ତୁ।”

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସରକାରରେ କେନ୍ଦ୍ର ମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଶ୍ରୀ ସୁପ୍ରିଓ ଅସନ୍ତୋଷ ପ୍ରକାଶ କରିଥିଲେ।

କେନ୍ଦ୍ର ମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ, ଶ୍ରୀ ସୁପ୍ରିଓ ଜୁଲାଇ ୮ ରେ ଟ୍ୱିଟ୍ କରି କହିଥିଲେ ଯେ, “ମୁଁ ନିଶ୍ଚିତ ଭାବେ ନିଜ ପାଇଁ ଦୁଃଖିତ” ଏବଂ ପରେ ଏହି ଟ୍ୱିଟ୍‌କୁ ଡିଲିଟ କରି ଏକ ନୂତନ ଟ୍ୱିଟରେ କହିଥିଲେ ଯେ, ସେ ଅତ୍ୟନ୍ତ ଖୁସି କାରଣ ତାଙ୍କ ଉପରେ ଦୁର୍ମିତିର କୌଣସି ଦାଗ ଲାଗିନାହିଁ।