Odiapua.com

ପୂର୍ବତନ ସାଂସଦ ଅର୍ଜୁନ ସେଠୀଙ୍କ ଦେହାନ୍ତ

ଭଦ୍ରକ, ୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ପୂର୍ବତନ ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ଚରଣ ସେଠୀଙ୍କର ଆଜି ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଯାଇଛି। ତାଙ୍କର ମୃତ୍ୟୁବେଳକୁ ୮୧ ବର୍ଷ ବୟସ ହୋଇଥିଲା। ସେ ବୟସାଧିକ ରୋଗରେ ପୀଡିତ ହୋଇ କିଛିଦିନ ଧରି ଅସୁସ୍ଥ ହୋଇ ଭୁବନେଶ୍ୱରସ୍ଥିତ ସମ୍ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ତାଙ୍କ ନିକଟରେ ତାଙ୍କ ପୁତ୍ର ତଥା ଭାଜପା ନେତା ଅଭିମନ୍ୟୁ ସେଠୀ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ମନମୋହନ ସାମଲ ଓ ଅନ୍ୟ ଭାଜପା ନେତାମାନେ ଉପସ୍ଥିତ ଥିଲେ। ଏଠାରେ ସୂଚନାଯୋଗ୍ୟ ସେ ୮ ଥର ଭଦ୍ରକ ସଂସଦୀୟ କ୍ଷେତ୍ରର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ତାଙ୍କର ଜନ୍ମସ୍ଥାନ ଭଦ୍ରକ ଜିିଲାର ବନ୍ତ ବ୍ଲକ୍ ଓଡଙ୍ଗ ଗ୍ରାମରେ। ତାଙ୍କର ରାଜନୈତିକ ଜୀବନ ମଧ୍ୟରେ ଦୁଇଥର ବିଧାୟକ ଥାଇ କେନ୍ଦ୍ର ଜଳସଂପଦ ବିଭାଗର ମନ୍ତ୍ରୀ ପଦ ଅଳଙ୍କୃତ କରିଥିଲେ। ଏହି ଦୁଃଖଦ ଖବର ଭଦ୍ରକ ଜିଲାବାସୀ ଓ ରାଜନୈତିକ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ଶୋକର ଛାୟା ଖେଳାଇଦେଇଛି।