Odiapua.com

ପୂର୍ବତନ ରାଜ୍ୟସଭା ସାଂସଦ ତଥା ବରିଷ୍ଠ ସାମ୍ବାଦିକ ଚନ୍ଦନ ମିତ୍ରଙ୍କ ଦେହାନ୍ତ

ନୂଆ ଦିଲ୍ଲୀ ୨ ସେପ୍ଟେମ୍ବର (ଓଡ଼ିଆ ପୁଅ) ପୂର୍ବତନ ରାଜ୍ୟସଭା ସାଂସଦ ତଥା ବରିଷ୍ଠ ସାମ୍ବାଦିକ ଚନ୍ଦନ ମିତ୍ରଙ୍କ ଗତକାଲି ରାତିରେ ଦିଲ୍ଲୀରେ ଦେହାନ୍ତ ହୋଇଛି ବୋଲି ତାଙ୍କ ପୁଅ କୁଶନ ମିତ୍ର ସୂଚନା ଦେଇଛନ୍ତି।

ସେ ଦି ଇଣ୍ଡିଆ ଫାଉଣ୍ଡେସନ ବୋର୍ଡରେ ବହୁ ବର୍ଷ ପର୍ଯ୍ୟନ୍ତ ସେବା କରିଥିଲେ।

ପାୟୋନିଅର୍‌ର ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକଙ୍କ ନିଧନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଶୋକ ବାର୍ତ୍ତାରେ ଚ୍ୱିଟ କରି କହିଛନ୍ତିଯେ, “ଶ୍ରୀ ଚନ୍ଦନ ମିତ୍ର ଜୀ ତାଙ୍କର ବୁଦ୍ଧି ଏବଂ ବିଚକ୍ଷଣତା ପାଇଁ ସ୍ମରଣୀୟ ହେବେ। ଗଣମାଧ୍ୟମ ତଥା ରାଜନୀତିରେ ସେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଚି କରିଥିଲେ। ତାଙ୍କ ଦେହାନ୍ତରେ ଦୁଃଖିତ। ତାଙ୍କ ପରିବାର ଏବଂ ପ୍ରଶଂସକଙ୍କୁ ସମବେଦନା। ଓମ୍ ଶାନ୍ତି”