Odiapua.com

ଅଗଷ୍ଟ ୮ ରେ ଭାରତ ରତ୍ନରେ ସମ୍ମାନୀତ ହେବେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ

ନୂଆ ଦିଲ୍ଲୀ ୨୮-୭ (ଓଡ଼ିଆ ପୁଅ) ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ଅଗଷ୍ଟ ୮ ରେ ଭାରତ ରତ୍ନ ସମ୍ମାନରେ ସମ୍ମାନୀତ କରାଯିବ ବୋଲି ଖବରରୁ ପ୍ରକାଶ। ସୂଚନାଯୋଗ୍ୟଯେ, ଚଳିତବର୍ଷ ଗଣତନ୍ତ୍ର ଦିବସର ପୂର୍ବ ସଂଧ୍ୟାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସମେତ ତିନିଜଣ ଖ୍ୟାତନାମା ହସ୍ତିଙ୍କୁ ଭାରତ ରତ୍ନରେ ସମ୍ମାନୀତ କରାଯିବ ବୋଲି ଘୋଷଣା କରିଥିଲେ। ଭାରତ ରତ୍ନ ହେଉଛି ଭାରତର ସର୍ବୋଚ୍ଚ ସମ୍ମାନ।