Odiapua.com

ଭେଟେରାନ ଗୁଜୁରାଟୀ ଚଳଚ୍ଚିତ୍ର ସଂଗୀତଜ୍ଞ ତଥା ପୂର୍ବତନ ବିଜେପି ସାଂସଦ ମହେଶ କାନୋଡିଆଙ୍କ ଦେହାନ୍ତ

ଅହମ୍ମଦାବାଦ ୨୫-୧୦ (ଓଡ଼ିଆ ପୁଅ) : ଜଣାଶୁଣା ଗୁଜୁରାଟୀ ଚଳଚ୍ଚିତ୍ର ସଂଗୀତକାର, ଗାୟକ ତଥା ପୂର୍ବତନ ସାଂସଦ ମହେଶ କାନୋଡିଆ ଦୀର୍ଘ ଦିନ ଧରି ଅସୁସ୍ଥ ହେବା ପରେ ରବିବାର ଦିନ ଗାନ୍ଧିନଗରସ୍ଥିତ ତାଙ୍କ ବାସଭବନରେ ମୃତ୍ୟୁ ବରଣ କରିଛନ୍ତି ବୋଲି ତାଙ୍କ ପରିବାର ପକ୍ଷରୁ କୁହାଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ହୋଇଥିଲା। ମହେଶ କାନୋଡିଆ ଉତ୍ତର ଗୁଜୁରାଟର ପାଟାନରୁ ତିନିଥର ବିଜେପି ସାଂସଦ ଥିଲେ। ତାଙ୍କର ମୃତ୍ୟୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକଟ କରିଛନ୍ତି।