Odiapua.com

ଆଶୀର୍ବାଦଙ୍କ ଉପରେ ଅଭିଶାପ: ଭୋରରୁ ଉଠାଇ ନେଲା ସିବିଆଇ

ଭୁବନେଶ୍ୱର/କଟକ: ଗିରଫ ହେଲେ ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା।ଆଜି ଭୋରରୁ ସିବିଆଇ ତାଙ୍କୁ ଗିରଫ କରିଛି।ଅର୍ଥତତ୍ତ୍ୱ ଚିଟଫଣ୍ଡ ମାମଲାରେ ତାଙ୍କୁ ଗିରଫ କରାଯାଇଛି।ଆଜି ଭୋରୁ ସିବିଆଇର ୨୦/୨୫ ଜଣିଆ ଟିମ୍ ଆଶୀର୍ବାଦଙ୍କ ଘରେ ରେଡ୍ କରିବା ସହ ଆଶୀର୍ବାଦଙ୍କୁ ଉଠାଇ ନେଇଛି।ଏହା ସହ ଆଶୀର୍ବାଦଙ୍କ ସହଯୋଗୀ ତଥା ଅନ୍ୟତମ ଅଭିଯୁକ୍ତ କମଳାକାନ୍ତ ଦାସଙ୍କୁ ମଧ୍ୟ ସିବିଆଇ ଗିରଫ କରିଛି।ପୂର୍ବରୁ ଏ’ନେଇ ଚାର୍ଜସିଟ୍ ଦାଖଲ କରିଥିଲା ସିବିଆଇ।ତେବେ ବାପାଙ୍କୁ ଚକ୍ରାନ୍ତ କରି ଫସାଇ ଦିଆଯାଇଛି ବୋଲି କହିଛନ୍ତି ଆଶୀର୍ବାଦଙ୍କ ପୁଅ ସଞ୍ଜୟ।ଓସିଏ ଇଲେକ୍ସନ ଥିବାରୁ ତାଙ୍କୁ ଏଥିରୁ ଦୂରେଇ ରଖିବା ପାଇଁ ଷଡ଼ଯନ୍ତ୍ର ହୋଇଛି।କିନ୍ତୁ, ସେ ଏଥିରେ ଭାଙ୍ଗି ନ’ପଡ଼ି ନୋମିନେସନ କରିବେ ଏବଂ ଓସିଏ ନିର୍ବାଚନ ଲଢ଼ିବେ ବୋଲି କହିଛନ୍ତି ଆଶୀର୍ବାଦଙ୍କ ପୁଅ ସଞ୍ଜୟ ବେହେରା।//ଦେବଦତ୍ତ ରଥ