Odiapua.com

ବାଲିଗୁଡାର ପୂର୍ବତନ କଂଗ୍ରେସ ବିଧାୟକ ସାହୁରା ମଲ୍ଲିକଙ୍କ ପରଲୋକ

ବାଲିଗୁଡା, ୧୬-୮ (ଓଡ଼ିଆ ପୁଅ /ସଞ୍ଜୟ କୁମାର ପାଣିଗ୍ରାହୀ )କନ୍ଧମାଳ ଜିଲ୍ଲା ବାଲିଗୁଡାର ପୂର୍ବତନ କଂଗ୍ରେସ ବିଧାୟକ ସାହୁରା ମଲ୍ଲିକଙ୍କ ଶୁକ୍ରବାର ସକାଳ ୪ଟା ୧୫ ମିନିଟ୍ ସମୟରେ ବାଲିଗୁଡା ମେଡିକାଲରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା। କିଛି ଦିନ ଧରି ସେ ଅସୁସ୍ଥ ଥିଲେ। ବାଲିଗୁଡା ବିଧାନସଭା ନିର୍ବାଚନମଣ୍ଡଳୀରେ ସେ ବିଧାନ ସଭାକୁ ତିନିଥର ନିର୍ବାଚିତ ହୋଇଥିଲେ। ଗତ ୧୯୭୪ ମସିହାରୁ ୧୯୮୦ ଏବଂ ୧୯୮୦ ମସିହାରୁ ୧୯୮୫ ଏବଂ ୧୯୯୫ ମସିହାରୁ ୨୦୦୦ ମସିହା ପର୍ଯ୍ୟନ୍ତ ବିଧାନସଭାକୁ ନିର୍ବାଚିତହୋଇଥିଲେ। ତାଙ୍କର ପରଲୋକର ଖବର ବିଜୁଳି ବେଗରେ ପ୍ରସାରିତ ହେବାପରେ କଂଗ୍ରେସ କର୍ମୀ ଓ ବାଲିଗୁଡା ଜନସାଧାରଣଙ୍କ ମନରେ ଶୋକର ଛାୟା ଖେଳିଯାଇଛି। ପରଲୋକ ବିଧାୟକ ସାହୁରା ମଲ୍ଲିକଙ୍କ ଶେଷ ଦର୍ଶନ କରିବା ପାଇଁ ବିଧାୟକ ଙ୍କ ନିଜ ଗ୍ରାମ ସୁଡୁରା କୁ ଜିଲ୍ଲା ତଥା ବାଲିଗୁଡା କଂଗ୍ରେସ ର ସୀମାଞ୍ଚଳ ଆଚାର୍ଯ୍ୟ, ରବି ଚନ୍ଦ୍ର ପାତ୍ର, ରାମ ସିଂ ପାତ୍ର, ଶ୍ୟାମ ସୁନ୍ଦର ବିନ୍ଧାଣି, ଦେବ ବ୍ରତ ସିଂ ଦେଓ, ଶିବ ରାମ ପ୍ରଧାନୀ, ମନୋଜ କୁମାର ଆଚାର୍ଯ୍ୟ, ଅଜୟ କୁମାର ଡିଗାଲ, ଶ୍ରୀକାନ୍ତ ମଲ୍ଲିକ ଙ୍କ ସମେତ ସମଗ୍ର ଜିଲ୍ଲା ରୁ କଂଗ୍ରେସ ନେତା ଓ କର୍ମୀଙ୍କ ସୁଅ ଛୁଟିବାରେ ଲାଗିଛି।