Odiapua.com

କାରକୁ ଧକ୍କା ଦେଲା ବସ୍ – ୫ ମୃତ – ୨୦ ଆହତ – ଅନେକ ଗୁରୁତର

ନୂଆ ଦିଲ୍ଲୀ ୧୯-୭ (ଓଡ଼ିଆ ପୁଅ) ରବିବାର ସକାଳେ ଉତ୍ତରପ୍ରଦେଶର କନ୍ନୌଜ ଜିଲ୍ଲାର ସୌରିଖ ପୋଲିସ ଷ୍ଟେସନ ଅଞ୍ଚଳରେ ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି।

– କୁହାଯାଉଛି ଯେ, ଅନିୟନ୍ତ୍ରିତ ବସ୍ କାରକୁ ଧକ୍କା ଦେଇଥିଲା। ଉଭୟ ବସ୍ ଏବଂ କାର ଖାଲକୁ ଖସି ପଡିଥିଲେ।

– ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଚାଲିଛି। – ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

– ସୂଚନା ଅନୁଯାୟୀ ଏହି ବସ୍ ଦିଲ୍ଲୀରୁ ବିହାରକୁ ଯାଉଥିଲା। ଠିକ୍ ସେତିକିବେଳେ ସୌରିଚ୍ ପୋଲିସ୍ ଷ୍ଟେସନ ନିକଟରେ ଦ୍ରୁତ ଗତିରେ ଆସୁଥିବା ବସ୍ ଅନିୟନ୍ତ୍ରିତ ହୋଇ କାରକୁ ଧକ୍କା ଦେଇ ଖାଲକୁ ଖସିପଡ଼ିଥିଲା।

– ଅନେକ ଆହତଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିପାରେ।