Odiapua.com

ଆଜି କେରଳରୁ ଓଡିଶା ଆସିବ ପ୍ରଥମ ଟ୍ରେନ – ପ୍ରବାସୀ ଶ୍ରମିକଙ୍କୁ ନେଇ ବାହାରିବ

କୋଚି ୧-୫ (ଓଡ଼ିଆ ପୁଅ) : କେରଳରୁ ପ୍ରବାସୀ ଶ୍ରମିକମାନଙ୍କୁ ପଠାଇବା ପାଇଁ ପ୍ରଥମ ସ୍ୱତନ୍ତ୍ର ଟ୍ରେନ୍ ଆଜି ସନ୍ଧ୍ୟା ୬ ଟାରୁ ଆରମ୍ଭ ହେବ। ୧୨୦୦ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କୁ ନେଇ ପ୍ରଥମ ଟ୍ରେନ ଆଜି ଭୁବନେଶ୍ୱର ଯିବ ବୋଲି ରେପୋର୍ଟ ପ୍ରକାଶ ପାଇଛି। ନନ-ଷ୍ଟପ୍ ଟ୍ରେନରେ ୨୪ ଟି କୋଚ୍ ରହିବ। ୧୮୩୬ କିମି ବିନା ଷ୍ଟପ୍ ରେ ଭୁବନେଶ୍ୱର ପହଁଚିବ।

ଅନ୍ୟ ରାଜ୍ୟ ଶ୍ରମିକମାନଙ୍କୁ ନିଜ ରାଜ୍ୟକୁ ପଠାଇବା ପାଇଁ ପଦକ୍ଷେପ ଆରମ୍ଭ ହୋଇଛି। ଏ ବାବଦରେ ଏକ ପଞ୍ଜୀକରଣ ଆରମ୍ଭ ହୋଇଛି। ଜାଣିବାକୁ ମିଳିଛି ଯେ କେରଳରୁ ପ୍ରଥମ ଟ୍ରେନ୍ ଓଡିଶା ଯିବ। ନନ-ଷ୍ଟପ୍ ଟ୍ରେନ୍ ଆଲୁଭା କିମ୍ବା ଅଙ୍ଗାମାଲୀରୁ ଆରମ୍ଭ ହେବାର ସମ୍ଭାବନା ଅଛି। ପଞ୍ଜୀକୃତ ହୋଇଥିବା ଅନ୍ୟ ରାଜ୍ୟ ଶ୍ରମିକମାନଙ୍କୁ ପ୍ରାଥମିକତା ଅନୁଯାୟୀ ନିଜ ନିଜ ରାଜ୍ୟକୁ ପଠାଇ ଦିଆଯିବ। ପଞ୍ଜୀକୃତ ହେବା ପରେ ବାହାର ରାଜ୍ୟ ଶ୍ରମିକମାନଙ୍କୁ ନିଜ ଜନ୍ମ ସ୍ଥାନକୁ ଫେରାଇ ଆଣିବାକୁ କେନ୍ଦ୍ର ନିର୍ଦ୍ଦେଶ ଦେଇଛି। ଏହାକୁ ଆଧାର କରି କେରଳ ସରକାର ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ କରିଥିଲେ।

ପ୍ରତ୍ୟେକ ରାଜ୍ୟରୁ ଅନ୍ୟ ରାଜ୍ୟ ଶ୍ରମିକଙ୍କ ହିସାବ ନେବା ପରେ କେରଳ ସରକାର ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ଯୋଜନା କରୁଛନ୍ତି।

ସୂଚନାଯୋଗ୍ୟଯେ, ଆଜି ସକାଳ ୫ଟା ବେଳେ ଏକ ସ୍ୱତନ୍ତ୍ର ଟ୍ରେନ ତେଲେଙ୍ଗାନାରୁ ୧୨୦୦ ଝାଡ଼ଖଣ୍ଡ ଶ୍ରମିକଙ୍କୁ ନେଇ ଲିଙ୍ଗାମପଲ୍ଲୀ ଜିଲ୍ଲାରୁ ଝାଡ଼ଖଣ୍ଡର ହତିଆ ଯାଏ ଯାତ୍ରା କରିଛି। ତେଲେଙ୍ଗାନା ସରକାରଙ୍କ ବିଶେଷ ଅନୁରୋଧରେ ରେଳବାଇ ବୋର୍ଡ ଏହି ଆୟୋଜନ କରିଥିଲା।

ଲକ୍‌ଡାଉନ୍ ପରେ ପ୍ରଥମ ଟ୍ରେନ୍ ଗଡ଼ିଲା – ପ୍ରବାସୀ ଶ୍ରମିକଙ୍କୁ ନେଇ ତେଲେଙ୍ଗାନାରୁ ଝାରଖଣ୍ଡ ଅଭିମୁଖେ ଗଡ଼ିଲା ପାସେଞ୍ଜର ଟ୍ରେନ୍