Odiapua.com

ଜାମିଆରେ ପୁଣି ଗୁଳିଚାଳନା, ଗେଟ ନମ୍ବର ପାଞ୍ଚ ସାମନାରେ ସ୍କୁଟିରେ ଆସି ବଦମାସ ଚଳାଇଲା ଗୁଳି

ନୂଆ ଦିଲ୍ଲୀ ୩-୨ (ଓଡ଼ିଆ ପୁଅ) ଜାମିଆ ମିଲ୍ଲିୟା ଇସ୍ଲାମିଆ ବିଶ୍ୱବିଦ୍ୟାଳୟରେ ପୁଣି ଗୁଳିଚାଳନାର ଘଟଣା ସାମନାକୁ ଆସିଛି। ପ୍ରଦର୍ଶନକାରୀ ଛାତ୍ରମାନେ ଅଭିଯୋଗ କରିଛନ୍ତି କି ଜଣେ ସ୍କୁଟିରେ ଆସି ପ୍ରଦର୍ଶନସ୍ଥଳରେ ଦୁଇ ରାଉଣ୍ଡ ଗୁଳିଚାଳନା କରିଥିଲା। ଏହା ପରେ ସେହି ସ୍ଥାନରେ ଚିନ୍ତାର ମାହୌଲ ଦେଖାଯାଇଛି। ପୋଲିସ ଘଟଣାସ୍ଥଳରେ ପହଁଚିଥିଲା। ଘଟଣା ସମ୍ବନ୍ଧରେ ସୂଚନା ଦେଇ ଜାମିଆ କୋର୍ଡିନେସନ କମିଟୀର ସଦସ୍ୟ ମୀରାନ ହାଇଦର କହିଛନ୍ତି କି ପୁଣି ରବିବାର ସମୟ ରାତିରେ ମଧ୍ୟ ପ୍ରଦର୍ଶନ ଜାରୀ ଥିଲା। ଏହି ସମୟରେ ରାସ୍ତାରେ ଯାଉଥିବା ଲାଲ ରଙ୍ଗ ସ୍କୁଟିରେ ଜଣେ ଦୁଇ ରାଉଣ୍ଡ ଗୁଳିଚାଳନା କରିଥିଲା। ତା’ ପରେ ସେହି ବ୍ୟକ୍ତି ସେଠାରୁ ପଳାଇଯିବାରେ ସଫଳ ରହିଥିଲା। ହାଇଦର କହିଛିକି ଗୁଳିଚାଳନାରେ କେହି ଆହତ ହୋଇନାହାଁନ୍ତି, କିନ୍ତୁ ଘଟଣା ପରେ ସେଠାରେ ଚିନ୍ତିତ ଅଛନ୍ତି ସମସ୍ତେ। ସୂଚନା ପରେ ପୋଲିସ ଘଟଣା ସ୍ଥଳରେ ପହଁଚିଥିଲା। ପୋଲିସ୍ କୁ ସ୍କୁଟିର ନମ୍ବର ଦେବା କଥା କହିଛନ୍ତି ହାଇଦର। ଏହା ପରେ ପୋଲିସ, ଅପରାଧୀକୁ ଧରିବା ପାଇଁ ଦୁଇ ଘଣ୍ଟା ସମୟ ମାଗିଛନ୍ତି। ଘଟଣା ପରେ ଜାମିଆ ନଗର ଥାନାରେ ପ୍ରଦର୍ଶନ କରିବା ପାଇଁ ପହଁଞ୍ଚିଥିଲେ ଛାତ୍ରମାନେ। ଅଭିଯୋଗ କରିବାପରେ ଫେରିଥିଲେ।

ଜାମିଆ ବିଶ୍ବବିଦ୍ୟାଲୟ ବାହରେ ଏବଂ ଶାହୀନ ବାଗରେ ଗୁଳିଚାଳନାର ଦୁଇଟି ଘଟଣା ପୂର୍ବରୁ ହୋଇସାରିଛି।

ଦିଲ୍ଲୀର ଜାମିଆ ନାମକ ଯାଗାରେ ଗୁରୁବାରଦିନ ଜଣେ ଛାତ୍ର ଗୁଳିଚାଳନା କରିଥିଲା। ନାଗରିକତା ସଂଶୋଧନ ଆଇନ୍ (ସିଏଏ) ବିରୁଦ୍ଧରେ ମାର୍ଚ୍ଚ କରୁଥିବା ଜାମିଆ ମିଲ୍ଲିଆର ଛାତ୍ରମାନଙ୍କ ଉପରେ ୧୭ ବର୍ଷୀୟ ନାବାଳକ ପୋଲିସ ସାମନାରେ ଗୁଳିଚଳାଇଥିଲା। ଏଥିରେ ଜାମିଆର ଜଣେ ଛାତ୍ର ଆହତ ହୋଇଥିଲେ। ଆକ୍ରମଣକାରୀ ଗ୍ରେଟର ନୋଏଡାର ଜେବରରେ ତାର ଘର ବୋଲି ଜଣାପଡ଼ିଛି। ସେ ଦେଢ଼ ମିନଟ ପର୍ଯ୍ୟନ୍ତ ସଡ଼କ ଉପରେ ଦେଶୀ ବନ୍ଧୁକ ଉଠାଇ ବୁଲଉଥିଲା। ପୁଲିସ ହତ୍ୟାର ପ୍ରୟାସ କରିବାର ମାମଲା ରୁଜୁ କରି ଜାଞ୍ଚ କ୍ରାଇମ ବ୍ରାଞ୍ଚକୁ ଦେଇଛି।

ଏହା ପୂର୍ବରୁ ଦିଲ୍ଲୀର ଶାହୀନ ବାଗରେ ଗୁଳିଚାଳନାର ଘଟଣା ସାମନାକୁ ଆସିଥିଲା। ଘଟଣା ପରେ ପୋଲିସ ଗୁଳି ଚଲାଇଥିବା ବ୍ୟକ୍ତିକୁ ଗିରଫ କରିଛି। ସୂଚନାଯୋଗ୍ୟଯେ, ନାଗରିକତା ସଂଶୋଧନ ଆଇନ୍ ଏବଂ ଏନଆରସି କୁ ନେଇକରି ଲୋକମାନେ ଏକ ମାସରୁ ମଧ୍ୟ ଅଧିକ ସମୟ ଧରି ବିରୋଧ ପ୍ରଦର୍ଶନ କରୁଛନ୍ତି। ଦିଲ୍ଲୀ ଡିସିପି ଚିନ୍ମୟ ବିଶ୍ୱାଳ ଶାହୀନ ବାଗରେ ଗୁଳିଚାଳନା ଘଟଣାରେ କହିଛନ୍ତି କି ସେହି ବ୍ୟକ୍ତି ପବନରେ ଗୁଳିଚାଳନା କରିଥିଲା। ପୋଲିସ ତୁରନ୍ତ ତାଙ୍କୁ ଧରି ନେଇଥିଲା ଶାହୀନ ବାଗରେ ଗୁଳିଚାଳନା କରିଥିବା ବ୍ୟକ୍ତି ନିଜର ନାମ କପିଲ ଗୁର୍ଜର ବୋଲି କହିଥିଲା ଏବଂ ଦଲ୍ଲୁପୁରା ଗ୍ରାମର (ନୋଏଡା ସୀମା ପାଖରେ) ନିବାସୀ ବୋଲି କହିଛି।