Odiapua.com

ଫ୍ଲାଇଁ ସ୍କ୍ୱାର୍ଡ ଟିମକୁ ଦୁର୍ବ୍ୟବହାର ଘଟଣାରେ ପିତାମ୍ବର ଆଚାର୍ଯ୍ୟଙ୍କ ନାମରେ ମାମଲା ରୁଜୁ

ଭୁବନେଶ୍ୱର:ବିଜେପି ପକ୍ଷରୁ ନବୀନ ପଟ୍ଟନାୟକଙ୍କ ବିପକ୍ଷରେ ହିଂଜିଳିରୁ ହୋଇଥିବା ପ୍ରାର୍ଥୀ ପୀତାମ୍ୱର ଆଚାର୍ଯ୍ୟଙ୍କ ନାଁ’ରେ ଥାନାରେ ମାମଲା ରୁଜୁ ହୋଇଛି।ଆସିକା ଥାନାରେ ମାମଲା ଦାୟର କରିଛି ନିର୍ବାଚନ ଫ୍ଲାଇଂ ସ୍କ୍ୱାର୍ଡ ଟିମ (ଏଫଏସଟି)। ହିଂଜିଳି ଗସ୍ତ ସମୟରେ ବିଜେପି ପ୍ରାର୍ଥୀ ପୀତାମ୍ୱର ଆଚାର୍ଯ୍ୟ,ନିର୍ବାଚନ କମିଶନଙ୍କ ଫ୍ଲାଇଂ ସ୍କ୍ୱାର୍ଡକୁ ଧମକାଇଥିବା ଅଭିଯୋଗ ହୋଇଥିଲା।ଏପରିକି ଏହି ସମୟର ଭିଡିଓ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହୋଇଥିଲା।

https://twitter.com/odiapuanews/status/1111485870471704577

ପୀତାମ୍ବର ପ୍ରାର୍ଥୀ ହୋଇଥିବା ସ୍ଥାନକୁ ଯିବା ସମୟରେ ଅଧା ରାସ୍ତାରେ ତାଙ୍କ ଗାଡିକୁ ପୋଲିସ ଅଟାକାଇଥିଲା।ହେଲେ କାହିଁକି ଗାଡି ଅଟକାଇଲ ବୋଲି ପୀତାମ୍ବର ଆଚାର୍ଯ୍ୟ ପ୍ରଶ୍ନ କରିବା ସହ ତାଙ୍କ ସାଙ୍ଗରେ ଯୁକ୍ତିତର୍କ କରିଥିଲେ।ଯାହା ପରବର୍ତୀ ସମୟରେ ସୋସିିଆଲ ମିଡିଆରେ ଭାଇରାଲ ହୋଇଥିଲା।ଏ’ ନେଇ ପିତାମ୍ବରଙ୍କ ନାଁରେ ମାମଲା ଦାୟର ହୋଇଛି।//ଦେବଦତ୍ତ