Odiapua.com

ବିଶ୍ୱ ଦରବାରରେ ପ୍ରଯୋଜନା ପାଇଁ ଭାରତ ପୁରସ୍କୃତ, ପ୍ରଯୋଜକ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଓଡ଼ିଆ ପୁଅ ଜିତେନ୍ଦ୍ର ମିଶ୍ର

ଟିଟିଲାଗଡ଼ ୪-୭ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ପ୍ରତ୍ୟେକ ମନୁଷ୍ୟର ଏକ ଲକ୍ଷ୍ୟ ଥାଇ ସେ ଆଗେଇବା ସତ୍ୱେ ବିଫଳତାକୁ ନେଇ ଅନେକ ନିରୁତ୍ସାହିତ ହୋଇ ନିଜ ଲକ୍ଷ ପଥରୁ ଅଲଗା ଏକ ସାଧନ ଖୋଜି ଆଗେଇ ଚାଲେ। ହେଲେ ଦୃଢ ମନୋବଳ, ଧୌର୍ଯ୍ୟ ଓ ନିଷ୍ଠା ଓ ନିଜ କର୍ତ୍ତବ୍ୟ ଦ୍ୱାରା କଠିନ ପରିଶ୍ରମ କରି ସଫଳତାର ଶୀର୍ଷରେ ପହଞ୍ଚିବା ସହ ନିଜ ଅଶା, ଆକାଂକ୍ଷା ପୂରଣ କରିବା ବ୍ୟକ୍ତିତ୍ବ ବାସ୍ତବିକ ଉଦାହରଣ ସୃଷ୍ଟି କରିଥାନ୍ତି। ଏପରି ଏକ ବ୍ୟକ୍ତିତ୍ୱ କେବଳ ଆମ ଦେଶ ଭାରତ ନୁହେଁ ଅନ୍ତର୍ଜାତୀୟ ସ୍ତରରେ ପୁରସ୍କୃତ ହୋଇଛନ୍ତି। ଅନ୍ତର୍ଜାତୀୟ ସିନେ ଓ କଳା ଗବେଷଣା ପ୍ରତିଷ୍ଠାନ ତରଫରୁ ଏପରି ଏକ ବିରଳ ବ୍ୟକ୍ତିତ୍ୱ ଭାବେ ପୁରସ୍କୃତ ହୋଇ ଦେଶ ବିଦେଶରେ ସୁନାମ ଅର୍ଜନ କରିଥିବା ଜଣେ ସାଧକ ଶ୍ରୀଯୁକ୍ତ ଜିତେନ୍ଦ୍ର ମିଶ୍ର । ଓଡିଶା ମାଟିର ଓଡ଼ିଆ ପୁଅ ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ରୁ ଶ୍ରୀ ମିଶ୍ର ତାଙ୍କ ଚଲାପଥ ରେ ଅଗ୍ରସର ହୋଇ ଆଜି ବିଶ୍ୱ ଦରବାରରେ ନିଜ ସ୍ଥିତି ଜାହିର କରିଥିବା ବେଳେ, ରାଜଧାନୀ ଦିଲ୍ଲୀରେ କିଛି ଅନ୍ତରଙ୍ଗ ମୁହୂର୍ତ୍ତ…

ସେ ଛୋଟ ପିଲା ଥିବା ଅବସ୍ଥାରେ ନିଜ ଅଞ୍ଚଳରେ ଖୁବ ସ୍ୱଳ୍ପ ଘରେ ଥିବା ବ୍ଲେକ ଏଣ୍ଡ ହ୍ଵାଇଟ ଟିଭି ଦେଖିବାକୁ ବହୁତ ଭଲ ପାଉଥିଲେ। ଧାରାବାହିକ ସମୟରେ ସେ ଟିଭି ଦେଖିବାକୁ ଯାଉଥିବା ବେଳେ ଉକ୍ତ ଟିଭିରେ ଏହା କେମିତି ଚାଲୁଛି ସେ ନେଇ ତାଙ୍କ ମନରେ ସଦା ଘୁରିବୁଲୁଥିଲା। ପିଲାବେଳୁ ବଡ କଷ୍ଟରେ ଟିଭି ଦେଖିବା ସୁଯୋଗ ପାଉଥିବା ବେଳେ ଅନେକ ଘରୁ ତଡା ବି ଖାଇ ଝରକା ପଟୁ ଦେଖିବା ଜୀବନରେ କେବେ ଭୁଲି ପାରିବେନି ବୋଲି କହିଛନ୍ତି। ନିଜ ବାପା, ମା’ ଜଣେ ଡ଼ାକ୍ତର କିମ୍ବା ଇଂଜିନିୟର କରିବା ପାଇଁ ଚାହୁଁଥିବା ବେଳେ ତାଙ୍କ ମନର ଭାବନା ମନରେ ରଖି ନିଜ ଲକ୍ଷ୍ୟ କିପରି ହାସଲ ହେବ ସେ ନେଇ ୧୪ ବର୍ଷ ବୟସରେ ନିଜ ସାଧନା ପାଇଁ ଆପ୍ରାଣ ଉଦ୍ୟମ ଆରମ୍ଭ କରିଥିଲେ। ହେଲେ ଜଣେ ଅଭିନେତା ନ ହୋଇ କେବଳ ପ୍ରଯୋଜକ କାମ କରିବାକୁ ଇଚ୍ଛା ଥିବାରୁ ଅନେକ ବାଧାର ଶିକାର ହୋଇ ବିଭିନ୍ନ ପ୍ରକାର କାର୍ଯ୍ୟ ସମ୍ପାଦନ କରିଥିଲେ। ଏପରିକି ନିଜେ ଅର୍ଥ ପ୍ରତିବନ୍ଧକ ଥିବାରୁ ମଡେଲିଂ ବି କରିଥିଲେ। ପରେ ସେ ସଫଳତାର ପାହାଚ ଅତିକ୍ରମ କରି ଆଗେଇ ଚାଲି ଗୋଟିଏ ପରେ ଗୋଟିଏ ଚଳଚ୍ଚିତ୍ରରେ ନିଜ ପ୍ରଯୋଜନାରେ ନିର୍ମିତ ଚଳଚ୍ଚିତ୍ର ନିର୍ମାଣ କରିବା ଓ ବକ୍ସ ଅଫିସରେ ହିଟ ହୋଇ ଚାଲୁଥିଲା। ଏପରିକି ପାଠପଢ଼ାରେ ଇଂରାଜୀ ଭାଷାରେ ସମ୍ପୂର୍ଣ୍ଣ ଜ୍ଞାନର ପିଲାବେଳୁ ଅଭାବ ସତ୍ୱେ ଅନେକ ସଂଖ୍ୟକ ଇଂରାଜୀ ଭାଷାର ସିନେମା କରିଚାଲିଛନ୍ତି। ନିଜ ଅଞ୍ଚଳରୁ ତାଙ୍କ ପରି ଆହୁରି ଅନେକ ବ୍ୟକ୍ତି ଯେପରି ଟେଲିଫୋନ ଦୁନିଆଁରେ ସାମ ପିଟ୍ରୋଦାଙ୍କ ପରି ବ୍ୟକ୍ତିତ୍ୱ ରହିଥିବା ଜଣାଇ ଥିଲେ। ଏବେ ଅନ୍ତର୍ଜାତୀୟ ସ୍ତରର ଏହି ସଫଳତା ଓ ପୁରସ୍କାର ପାଇଛନ୍ତି ଓ ଅନ୍ୟ ଅନେକ ବିଦେଶରେ ବହୁବାର ପୁରସ୍କୃତ ହେଲେ ସୁଦ୍ଧା ନିଜ ଦେଶ ପାଇଁ ଏ ସଫଳତା ହାସଲ କରିବା ନେଇ ଖୁବ ଗର୍ବିତ ବୋଲି କହିଛନ୍ତି। ଏ ସଫଳତାର ରହସ୍ୟ ତାଙ୍କ ସହ କାର୍ଯ୍ୟରତ ସମସ୍ତ ସହଯୋଗୀ ଓ ଦର୍ଶକଙ୍କୁ ଦେଇଥିବା ବେଳେ ଏତିକିରେ ସେ ସବୁରାସ୍ତା ଅତିକ୍ରମ ଏ ଯୁବାବସ୍ଥାରେ କରିବା ଯଥେଷ୍ଟ ନ କହି ଅଗାମୀ ଦିନରେ ସେ ଅନେକ ଗୁଡିଏ ସ୍ୱତନ୍ତ୍ର ପ୍ରଯୋଜନା ବାକି ଥିବା ପ୍ରକାଶ କରିଥିଲେ। ଵିଶେଷ କରି ଅନେକ କଳାକାର ନିଜ କଳା ଥାଇ ମଧ୍ୟ ପରିପ୍ରକାଶ କରି ନ ପାରିବା ଓ ନିଜ ଓଡ଼ିଶାର ଓ ଅନ୍ୟାନ୍ୟ ରାଜ୍ୟରୁ ଅର୍ଥାଭାବରୁ ଓ ପ୍ରୋତ୍ସାହନ ପାଇ ନ ପାରିବା ନେଇ ସେ ଦୁଃଖ ପ୍ରକାଶ କରି ତାଙ୍କୁ କିପରି ସାମିଲ କରିପାରିବେ ସେ ନେଇ ଯୋଜନା ପ୍ରସ୍ତୁତ କରିବା ଜଣାଇଛନ୍ତି। ନିଜ ଓଡ଼ିଆ ଭାଷାକୁ ସ୍ପଷ୍ଟ ଉଚ୍ଚାରଣ ସହ ସମ୍ବଲପୁରୀ ଭାଷାରେ ଓଡିଆ ପୁଅ ପ୍ରତିନିଧି ବୋଲି ଜାଣି ଖୋଲା, ଖୋଲି ଭାବେ ଆଲୋଚନା କରିବା ସହ ସ୍ବତନ୍ତ୍ର ସମୟ ଦେଇଥିଲେ।