ଭୁବନେଶ୍ୱର:ଆଜି ରଙ୍ଗର ପର୍ବ ହୋଲି।ଫାଲ୍ଗୁନ ପୂର୍ଣ୍ଣିମା,ବସନ୍ତର ପୂର୍ଣ୍ଣତା ତଥା ସୌନ୍ଦର୍ଯ୍ୟବୋଧ ପୂର୍ଣ୍ଣତାରେ ପାଳନ ହୁଏ ରଙ୍ଗର ପର୍ବ ହୋଲି।ରଂଗ ହିଁ ତ’ ସୌନ୍ଦର୍ଯ୍ୟର ପ୍ରତିକ।ସେ ରଙ୍ଗ ଋତୁଫୁଲର, ପ୍ରାକୃତିକ ରଂଗ! ପ୍ରୀତି ପୂର୍ବକ ରଙ୍ଗେଇ ହେବାର ପର୍ବ।ପ୍ରତ୍ୟେକ ରଂଗ ଆଧ୍ୟାତ୍ମିକ ଅର୍ଥ ବହନ କରୁଛି।ସବୁଜ ଶ୍ୟାମଳ ବର୍ଣ୍ଣ ବୃକ୍ଷରାଜିର ପ୍ରଗତିର ପ୍ରତିକ,ଲାଲ ଶକ୍ତିର,ଗୋଲାପୀ ରଂଗ ପ୍ରେମର ପ୍ରତୀକ ଶିଶୁ ପରି ନିର୍ମଳତା ର ପ୍ରତୀକ,କମଳାରଂଗ ତ୍ଯାଗ ବୈରାଗ୍ୟ ଚିହ୍ନ! ହଳଦିଆ ବ୍ରହ୍ମଚର୍ଯ୍ୟ ଓ ଜ୍ଞାନର ସଂବାହକ!
ଆଜି ହରିହରଙ୍କ ମିଳନର ଦିନ। ମୈତ୍ରୀର ତିଥି ଚନ୍ଦନ କର୍ପୂର ସହ ଅବିର ମିଶାଇ ପ୍ରସ୍ତୁତ ରଂଗ ଭକ୍ତ ଗଣ ପରସ୍ପରକୁ ଲେପନ କରନ୍ତି! ଏହାର ଆନ୍ତରିକ ମହତ୍ତ୍ବ ବୁଝି ସେଇ ସାତ୍ତ୍ଵିକ ଭାବକୁ ଧାରଣ କରି ନିଜ ଜୀବନର ସକଳ ଅସୂୟାକୁ ଶୁନ୍ୟ କରିବା,ମୈତ୍ରୀ ଭାବର ଉନ୍ମିଳନ କରିବାର ଦିନ ହୋଲି।
ହୋଲି ପର୍ବ ପାଳନ ନେଇ ଅନେକ ପୌରାଣିକ କାହାଣୀ ରହିଛି।ଏହି ପରି ଅନେକ କାହାଣୀ ମଧ୍ୟରୁ ଏକ ପ୍ରମୁଖ ପୌରାଣିକ ଗାଥା ହେଉଛି ହିରଣ୍ୟକଶିପୁ ଓ ପ୍ରହଲ୍ଲାଦ ଉପାଖ୍ୟାନ।ପ୍ରାଚୀନ କାଳରେ ହିରଣ୍ୟକଶିପୁ ନାମକ ଜଣେ ମହା ବଳଶାଳୀ ଅସୁରଙ୍କ ରାଜତ୍ୱ ଚାଲିଥିଲା।ଗର୍ବ ଓ ଅହଂକାରର ବଶବର୍ତ୍ତି ହୋଇ ସେ ନିଜକୁ ଭଗବାନ ଭାବେ ପ୍ରତିଷ୍ଠା କରାଇବା ପାଇଁ ସଦା ଚେଷ୍ଠିତ ଥିଲା।ତାଙ୍କର ରାଜତ୍ୱ ସମୟରେ ପ୍ରଜାମାନେ ଭଗବାନଙ୍କୁ ସ୍ମରଣ କରିବା କିମ୍ୱା ପୂଜା କରିବା ନିଷିଦ୍ଧ କରାଯାଇଥିଲା।ରାଜାଙ୍କ ଆଦେଶ ନମାନି ଯିଏ ଇଶ୍ୱର ପୂଜା କରୁଥିଲା, ତାହାକୁ ଅତି କଠୋର ଦଣ୍ଡ ମିଳୁଥିଲା।ତେଣୁ ପ୍ରଜାମାନେ ଅନିଚ୍ଛା ସତ୍ତ୍ୱେ ହିରଣ୍ୟକଶିପୁଙ୍କୁ ଦେବତା ଭାବେ ମାନି ତାଙ୍କର ପୂଜା କରୁଥିଲେ।
●ରଙ୍ଗରୁ କୌଣସି ପ୍ରକାର ରାସାୟନିକ କିମ୍ବା ପେଟ୍ରୋଲ୍ ବାସ୍ନା ଆସୁଥିଲେ କିମ୍ବା ରଙ୍ଗ ପାଣିରେ ସମ୍ପୂର୍ଣ୍ଣ ରୂପେ ମିଶୁ ନଥିଲେ,ସେହି ରଙ୍ଗକୁ କିଣନ୍ତୁ ନାହିଁ।
●ସର୍ବଦା ଅର୍ଗାନିକ୍ ରଙ୍ଗ ବ୍ୟବହାର କରନ୍ତୁ।ବେସନରେ ହଳଦୀ ମିଶାଇ ଏକ ରଙ୍ଗ ପ୍ରସ୍ତୁତ କରି ହୋଲି ରଙ୍ଗ ଭଳି ବ୍ୟବହାର କରାଯାଇ ପାରିବ।
●ରଙ୍ଗ ଖେଳିବା ପୂର୍ବରୁ ମଶ୍ଚରାଇଜର ଲୋଶନ କିମ୍ବା ନଡିଆ ତେଲ ଶରୀରରେ ମାଲିସ୍ କରି ଦିଅନ୍ତୁ।ଏହାଦ୍ଵାରା ଆପଣଙ୍କ ତ୍ଵଚା ସୁରକ୍ଷିତ ରହିବା ସହ ରଙ୍ଗ ଛଡାଇବା ମଧ୍ୟ ସହଜ ହେବ।
●ରଙ୍ଗ ଦ୍ଵାରା କେଶ ଖରାପ ହେବାର ସମ୍ଭାବନା ଥାଏ।ରଙ୍ଗ ଖେଳିବା ପୂର୍ବରୁ କେଶରେ ତେଲ ଲଗାଇ ଯାଆନ୍ତୁ।ଏହାସହ ଟୋପି ମଧ୍ୟ ବ୍ୟବହାର କରନ୍ତୁ।
●ରଙ୍ଗ ଖେଳିବା ସମୟରେ ଯଦି ଆଖିରେ ରଙ୍ଗ ପଡିଯାଏ,ତେବେ ତୁରନ୍ତ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ। ସନ ଗ୍ଲାସ ପିନ୍ଧନ୍ତୁ।ଆଖିରେ ରଙ୍ଗ ଲାଗିଲେ, ନ’ କୁଣ୍ଡାଇ ପାଣିରେ ଧୋଇ ଦିଅନ୍ତୁ।ସାବୁନ ଲଗାଇବା ଅନୁଚିତ।
●ତ୍ଵଚାକୁ ରଗଡ଼ନ୍ତୁ ନାହିଁ। ଏହା ଦ୍ଵାରା ଚର୍ମର କ୍ଷତି ହୁଏ। ଗାଧୋଇବା ପୂର୍ବରୁ ମୁହଁରେ ମୁଲତାନୀ ମାଟି ଲଗାନ୍ତୁ। ଶୁଖିଯିବା ପରେ ପାଣିରେ ଧୋଇଲେ,ରଙ୍ଗ ସହଜରେ ଛାଡ଼ିଯାଏ।//ଦେବଦତ୍ତ ରଥ