Odiapua.com

ପଖାଳ ବଢାଏ ରୋଗ ପ୍ରତିରୋଧକ ଶକ୍ତି : AIIMS ଅଧ୍ୟୟନ

ନୂଆଦିଲ୍ଲୀ ଜୁଲାଇ ୦୯ (ଓଡିଆ ପୁଅ) ପାଖାଳ, ଓଡ଼ିଶାର ସମସ୍ତଙ୍କର ପ୍ରିୟ ଖାଦ୍ୟ। ପଖାଳ ନାଁ ଶୁଣିଲେ, ପ୍ରାୟତଃ ସବୁ ଓଡ଼ିଆଙ୍କର ମୁହଁରେ ଲାଳ ଆସିଥାଏ। ଏଥିରେ ଏକ ଅଣୁ ଅଛି ଯାହା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସାହାଯ୍ୟ କରିଥାଏ ବୋଲି ଭୁବନେଶ୍ୱରର ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (AIIMS) ଦ୍ୱାରା କରାଯାଇଥିବା ପ୍ରାଥମିକ ଅଧ୍ୟୟନରୁ ଏହା ଜଣାପଡିଛି।

୨୦୧୯ ଠାରୁ ଏହି ଅଧ୍ୟୟନ କରୁଥିବା ଅନୁଷ୍ଠାନର ସେଣ୍ଟର ଅଫ୍ ଏକ୍ସଲେନ୍ସ ଫର କ୍ଲିନିକାଲ୍ ମାଇକ୍ରୋବିଓମ୍ ରିସର୍ଚ୍ଚର ମୁଖ୍ୟ ବାଲାମୁରୁଗାନ୍ ରାମାଦୋସ୍ ପ୍ରାଥମିକ ଅନୁସନ୍ଧାନର ଉଦାହରଣ ଦେଇଛନ୍ତି ଏବଂ ପଖାଳରେ ସର୍ଟ ଚେନ୍ ଫ୍ୟାଟି ଏସିଡ୍ ରହିଛି ଯାହା ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ସହ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ।

ଗବେଷକଙ୍କ କହିବା ଅନୁଯାୟୀ, ରିସର୍ଚ୍ଚ ଟିମ୍‌, ବିଭିନ୍ନ ସ୍ଥାନରୁ ତଥା ସାମାଜିକ-ଅର୍ଥନୈତିକ ପୃଷ୍ଠଭୂମିକୁ ନଜରରେ ରଖି ବିଭିନ୍ନ ପରିବାରରୁ ସଂଗ୍ରହ “ତୋରାଣି”ର ଅତି କମରେ ୨୦ ଟି ସାମ୍ପୁଲକୁ ବିଶ୍ଳେଷଣ କରିବା ପରେ ଜଣା ପଡ଼ିଛିଯେ, ଆବଶ୍ୟକତା ଆନୁଯାୟୀ, ବଢ଼ୁନଥିବା ଶିଶୁମାନଙ୍କୁ ଚିକିତ୍ସା କରିବା ସମୟରେ, ସେମାନେ ସାଧାରଣତ ଜଟିଳ କାର୍ବୋହାଇଡ୍ରେଟ୍ ସପ୍ଲିମେଣ୍ଟ ସହିତ ସର୍ଟ ଚେନ୍ ଫ୍ୟାଟି ଏସିଡ୍ ଦେଇଥାନ୍ତି ଯାହା ବହୁତ ଶକ୍ତି ଦେଇଥାଏ ଏବଂ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ଥାଏ। ସୁଲଭ ଏବଂ ସହଜରେ ଉପଲବ୍ଧ ତୋରାଣିରେ ଏହି ଗୁଣ ରହିଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛନ୍ତି ବୋଲି ଗବେଷକ କହିଛନ୍ତି।