Odiapua.com

ଭାରତୀୟ ପାଇଲଟଙ୍କୁ ପାକିସ୍ଥାନ ମୁକ୍ତ କରୁ:ବେନଜିରଙ୍କ ଝିଆରୀ ଫତିମାଙ୍କ ଅପିଲ

ନୂଆଦିଲ୍ଲୀ: ପାକିସ୍ଥାନର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ବେନଜିର ଭୁଟ୍ଟୋଙ୍କ ଝିଆରୀ ପ୍ରସିଦ୍ଧ ଲେଖିକା ଫତିମା ଭୁଟ୍ଟୋ ଭାରତୀୟ ପାଇଲଟଙ୍କୁ ମୁକ୍ତ କରିବା ପାଇଁ ପାକିସ୍ଥାନ ସରକାରଙ୍କୁ ଅପିଲ କରିଛନ୍ତି।ଫତିମା କହିଛନ୍ତି,ମୋ ପିଢ଼ିର ପାକିସ୍ଥାନୀ ମାନେ କହିବାର ଅଧିକାର ପାଇଁ ସଙ୍ଘର୍ଷ କରିଛନ୍ତି।ଆମେ ଆମ ଜୀବନ ଯୁଦ୍ଧରେ ବିତାଇଛୁ,ମୁଁ ପାକିସ୍ଥାନୀ ଏବଂ ଭାରତୀୟ ସୈନିକଙ୍କୁ ମରିବା ଦେଖିବା ଚାହୁଁନାହିଁ।ଆମେ ଅନାଥ ମାନଙ୍କର ଉପ-ମହାଦ୍ବୀପ ହୋଇ ପରିବା ନାହିଁ।/ଦେବଦତ୍ତ