Odiapua.com

ପଦ୍ମଶ୍ରୀ ପୁରସ୍କାର ବିଜେତା ତଥା ଖ୍ୟାତନାମା ଫେସନ ଡିଜାଇନର ୱେଣ୍ଡେଲ ରଡ୍ରିକ୍ସଙ୍କର ୫୯ ବର୍ଷ ବୟସରେ ନିଧନ

ଗୋଆ ୧୨-୨ (ଓଡ଼ିଆ ପୁଅ) ପଦ୍ମଶ୍ରୀ ପୁରସ୍କାର ବିଜେତା ୱେଣ୍ଡେଲ ରଡ୍ରିକ୍ସଙ୍କର ବୁଧବାରଦିନ ୫୯ ବର୍ଷର ବୟସରେ ତାଙ୍କର ଗୋଆ ସ୍ଥିତ ବାସଭବନରେ ନିଧନ ହୋଇଯାଇଛି। ଫେସନ ଡିଜାଇନର-ଲେଖକ ୱେଣ୍ଡେଲ ରଡ୍ରିକ୍ସ ସାମାଜରେ ତାଙ୍କର ଯୋଗଦାନ ପାଇଁ ବେଶ ପରିଚିତଥିଲେ। ସଂସ୍କୃତି ପ୍ରତି ତାଙ୍କର ଅବଦାନ ବହୁତ ଥିଲା।

ରଡ୍ରିକ୍ସଙ୍କର ଗୋଆ ନିବାସରେ ହୃଦଘାତଯୋଗୁଁ ନିଧନ ହୋଇଥିବା ଜଣାପଡ଼ିଛି। ୱେଣ୍ଡେଲ ଉଚ୍ଚ ଫେସନର ଦୁନିଆ ସମେତ ନିଜ ଗ୍ରାମର ପ୍ରାଚୀନ ପରିବେଶ ସଂସ୍କୃତିକୁ ଭଲ ପାଉଥିଲେ।