Odiapua.com

ଆଜି ଦିଲ୍ଲୀରେ କୃଷକଙ୍କ ବିରୋଧ ପ୍ରଦର୍ଶନ, ଦ୍ୱିପ୍ରହର ୨ଟା ପର୍ଯ୍ୟନ୍ତ ନୋଏଡା-ଗୁରୁଗ୍ରାମକୁ ଯିବ ନାହିଁ ମେଟ୍ରୋ, ହରିୟାଣା ସୀମା ସିଲ୍

ନୂଆ ଦିଲ୍ଲୀ ୨୬-୧୧ (ଓଡ଼ିଆ ପୁଅ) ଆଜି ଦିଲ୍ଲୀରେ କୃଷକମାନେ ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ ହୋଇଛି। ଏ ନେଇ ହରିୟାଣା ସୀମାକୁ ସିଲ୍ କରାଯାଇଛି। ଦିଲ୍ଲୀ ମେଟ୍ରୋ ନୋଏଡା-ଗୁରୁଗ୍ରାମରେ ଅପରାହ୍ନ ୨ ଟା ପର୍ଯ୍ୟନ୍ତ ଚାଲିବ ନାହିଁ ବୋଲି ମେଟ୍ରୋ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଦିଲ୍ଲୀରେ ଏବଂ ଆସନ୍ତାକାଲି ପଞ୍ଜାବ ଏବଂ ହରିୟାଣା କୃଷକମାନଙ୍କର ବିରୋଧ ପ୍ରଦର୍ଶନ ହେବ ବୋଲି ସୂଚନା ମିଳିଛି। ନିକଟରେ କେନ୍ଦ୍ର ଦ୍ୱାରା ପାରିତ କୃଷି ଆଇନକୁ କୃଷକମାନେ ବିରୋଧ କରୁଛନ୍ତି। ଭାରତ କିସାନ ୟୁନିଅନର ବ୍ୟାନରରେ ହଜାର ହଜାର କୃଷକ ଆଜି ଦିଲ୍ଲୀରେ ବିରୋଧ ପ୍ରଦର୍ଶନ କରିବେ ବୋଲି ଜଣାପଡ଼ିଛି।

ଦିଲ୍ଲୀରେ କୃଷକଙ୍କ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ଦିଲ୍ଲୀ-ହରିୟାଣା ସୀମାରେ ସୁରକ୍ଷା ବୃଦ୍ଧି କରାଯାଇଛି। ଏଠାରେ ହରିୟାଣା ମଧ୍ୟ ପଞ୍ଜାବର ସୀମାକୁ ସିଲ୍ କରିଛି। କୃଷକଙ୍କ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ଦିଲ୍ଲୀ ମେଟ୍ରୋ ଏହାର ସମୟ ମଧ୍ୟରେ କିଛି ପରିବର୍ତ୍ତନ କରିଛି। ଦିଲ୍ଲୀରୁ ନୋଏଡା, ଫରିଦାବାଦ, ଗାଜିଆବାଦ ଏବଂ ଗୁରୁଗ୍ରାମ ପର୍ଯ୍ୟନ୍ତ ମେଟ୍ରୋ ସେବା ଉପରେ ଅପରାହ୍ନ ୨ ଟା ପର୍ଯ୍ୟନ୍ତ ବିରତି ରହିବ ବୋଲି ସୂଚନା ଦେଇଛି ଦିଲ୍ଲୀ ମେଟ୍ରୋ।