Odiapua.com

ସାମୂହିକ ଭାବେ ଲାଇଟ ବନ୍ଦ କରିବା ସମୟରେ ବିଦ୍ୟୁତ ଗ୍ରୀଡ ପରିଚାଳନା ସଂକ୍ରାନ୍ତ ପ୍ରାୟତଃ ପଚରାଯାଉଥିବା ପ୍ରଶ୍ନ (ଏଫଏକ୍ୟୁ)

ଗ୍ରୀଡ ଅସ୍ଥିରତା ବିଷୟରେ ସମସ୍ତ ସନ୍ଦେହ ଦୂର କରିବ


ପ୍ରଶ୍ନ 1 : ରାତି 9ଟାରୁ 9:09 ପର୍ଯ୍ୟନ୍ତ କେବଳ ଘର ଲାଇଟ ବନ୍ଦ କରାଯିବ ନା ଷ୍ଟ୍ରିଟ ଲାଇଟ, ସାର୍ବଜନୀନ ସ୍ଥାନରେ ଥିବା ଲାଇଟ, ଜରୁରି ସେବା ପ୍ରତିଷ୍ଠାନ ଆଦିର ଲାଇଟ ବନ୍ଦ ହେବ?

ଉତ୍ତର : ପ୍ରଧାନମନ୍ତ୍ରୀଙ୍କ ନିବେଦନ ଅନୁଯାୟୀ, କେବଳ ଘରେ ଜଳୁଥିବା ଲାଇଟ ସ୍ବେଚ୍ଛାକୃତ ଭାବେ ସୁଇଚ ଅଫ କରାଯିବ। ଏହା ପୁଣିଥରେ ସ୍ପଷ୍ଟ କରାଯାଉଛି ଯେ ଷ୍ଟ୍ରିଟ ଲାଇଟ, ସାର୍ବଜନୀନ ସ୍ଥାନର ଲାଇଟ, ହସ୍ପିଟାଲ ଏବଂ ଅନ୍ୟ ଜରୁରି ସେବା ପ୍ରତିଷ୍ଠାନରେ ଜଳୁଥିବା ଲାଇଟ ବନ୍ଦ କରାଯିବ ନାହିଁ।

ପ୍ରଶ୍ନ 2 : ଘରେ ଲାଇଟ ବନ୍ଦ କରିବା ସମୟରେ ମୋର ଘରୋଇ ବୈଦ୍ୟୁତିକ ଉପକରଣଗୁଡ଼ିକ ସୁରକ୍ଷିତ ରହିବ କି?

ଉତ୍ତର : ଆପଣଙ୍କ ସମସ୍ତ ବୈଦ୍ୟୁତିକ ଉପକରଣ ସୁରକ୍ଷିତ ରହିବ। ଫ୍ୟାନ, ଏସି, ଫ୍ରିଜ ଆଦି ବନ୍ଦ କରିବା ଅନାବଶ୍ୟକ। ବିଦ୍ୟୁତ ଚାପରେ ଏପରି ହ୍ରାସବୃଦ୍ଧିକୁ ସହ୍ୟ କରିବା ଲାଗି ଭାରତୀୟ ବିଦ୍ୟୁତ ଗ୍ରୀଡକୁ ସୁରକ୍ଷିତ ଭାବେ ଡିଜାଇନ କରାଯାଇଛି। ବିଦ୍ୟୁତ ଖର୍ଚ୍ଚ ହ୍ରାସବୃଦ୍ଧି କାରଣରୁ ଦେଖାଦେଉଥିବା ଅସ୍ଥିରତା ସହ୍ୟ କରିବା ଲାଗି ଏହାର ଆଭ୍ୟନ୍ତରୀଣ ସୁରକ୍ଷା ସାମର୍ଥ୍ୟ ରହିଛି। ତେଣୁ, ସମସ୍ତ ବୈଦ୍ୟୁତିକ ଉପକରଣ ସମ୍ପୂର୍ଣ୍ଣ ଭାବେ ନିରାପଦ ରହିବ ଓ ଏଗୁଡ଼ିକୁ ଆବଶ୍ୟକତା ଅନୁରୂପ ସାଧାରଣ ଭାବେ ଚାଲୁ ରଖିବା ଉଚିତ।

ପ୍ରଶ୍ନ 3 : 5 ଏପ୍ରିଲ ରାତି 9ଟା ଠାରୁ 9ଟା 09 ମିନିଟ ପର୍ଯ୍ୟନ୍ତ ଲାଇଟ ବନ୍ଦ କରିବା ଲାଗି ଗ୍ରିଡର ସ୍ଥିରତାକୁ ବଜାୟ ରଖିବା ନିମନ୍ତେ ଯଥେଷ୍ଟ ବ୍ୟବସ୍ଥା ଏବଂ ପୂର୍ବ ପ୍ରସ୍ତୁତି କରାଯାଇଛି କି?

ଉତ୍ତର : ହଁ, ଗ୍ରୀଡର ସ୍ଥିରତା ବଜାୟ ରଖିବା ଲାଗି ସମସ୍ତ ଆବଶ୍ୟକ ବ୍ୟବସ୍ଥା ଏବଂ ପରିଚାଳନା ମାନକ ଅନୁଯାୟୀ ପୂର୍ବ ପ୍ରସ୍ତୁତି କରାଯାଇଛି।

ପ୍ରଶ୍ନ 4 : ଲାଇଟ ବନ୍ଦ ରଖିବା ବାଧ୍ୟତାମୂଳକ ନା ସ୍ବେଚ୍ଛାକୃତ?

ଉତ୍ତର : ସ୍ବେଚ୍ଛାକୃତ। ଯାହା ପୂର୍ବରୁ କୁହାଯାଇଛି ଯେ କେବଳ ଘରୋଇ ଲାଇଟକୁ ବନ୍ଦ ରଖାଯିବ।

ପ୍ରଶ୍ନ 5 : କେତେକ ଆଶଙ୍କା କରାଯାଉଛି କି ଏହାଦ୍ବାରା ଗ୍ରୀଡରେ ଅସ୍ଥିରତା କିମ୍ବା ଭୋଲଟେଜରେ ହ୍ରାସବୃଦ୍ଧି ହେବା ଫଳରେ ବେଦ୍ୟୁତିକ ଉପକରଣ କ୍ଷତିଗ୍ରସ୍ତ ହୋଇପାରେ।

ଉତ୍ତର : ଏସବୁ ଆଶଙ୍କା ସମ୍ପୂର୍ଣ୍ଣ ଅମୂଳକ। ଏହା ସାଧାରଣ କଥା ଏବଂ ବିଦ୍ୟୁତ ଚାପରେ ଏପରି ହ୍ରାସବୃଦ୍ଧି ଏବଂ ଫ୍ରିକୁଏନ୍ସି ପରିବର୍ତ୍ତନକୁ ସହ୍ୟ କରିବା ଲାଗି ଭାରତୀୟ ବିଦ୍ୟୁତ ଗ୍ରିଡ ସମ୍ପୂର୍ଣ୍ଣ ସମର୍ଥ ଏବଂ ପରିଚାଳନା ମାନକ ଅନୁଯାୟୀ ଏହାକୁ ପୂର୍ବରୁ ପ୍ରସ୍ତୁତ ରଖାଯାଇଛି।

ପ୍ରଶ୍ନ 6 : ଲାଇଟ ବନ୍ଦ କରିବା ଦ୍ବାରା ସୃଷ୍ଟି ହେଉଥିବା ଭୋଲଟେଜ ହ୍ରାସବୃଦ୍ଧି ସହ୍ୟ କରିବା ଲାଗି ଆମର ଗ୍ରୀଡ ପରିଚାଳନା ଏବଂ ପ୍ରଯୁକ୍ତିଜନିତ ବ୍ୟବସ୍ଥା ସକ୍ଷମ କି?

ଉତ୍ତର : ଭାରତୀୟ ବିଦ୍ୟୁତ ଗ୍ରୀଡ ବେଶ ସୁଦୃଢ଼ ଏବଂ ସ୍ଥିର ତଥା ଏଥିରେ ଅତ୍ୟାଧୁନିକ ପ୍ରଯୁକ୍ତି ନିୟୋଜିତ କରାଯାଇଛି। ଯେକୌଣସି ସମୟରେ ବିଦ୍ୟୁତ ଚାହିଦାରେ ଏପରି ହ୍ରାସବୃଦ୍ଧି ସହ୍ୟ କରିବା ଲାଗି ସକ୍ଷମ ହେଉଥିବା ଜରୁରି ନିୟନ୍ତ୍ରଣ ଏବଂ ସୁରକ୍ଷା ଉପକରଣ ଏଥିରେ ସଂଯୋଗ କରାଯାଇଛି।

ପ୍ରଶ୍ନ 7 : ପଙ୍ଖା, ରେଫ୍ରିଜରେଟର, ଏସି ଆଦିକୁ ବନ୍ଦ କରିବା ନା ଚାଲୁ ରଖିବାକୁ ହେବ?

ଉତ୍ତର : ଆପଣଙ୍କର ସମସ୍ତ ଘରୋଇ ବିଦ୍ୟୁତ ଉପକରଣ ସୁରକ୍ଷିତ ରହିବ। ଉପଭୋକ୍ତାଙ୍କର ଆବଶ୍ୟକତା ଅନୁସାରେ ଏହି ବିଦ୍ୟୁତ ଉପକରଣକୁ ସାଧାରଣ ଭାବେ ଚାଲୁ ରଖିବା ଉଚିତ। ଏଗୁଡ଼ିକୁ ରାତି 9ଟାରେ ବନ୍ଦ ରଖିବାର କୌଣସି ଆବଶ୍ୟକତା ନାହିଁ।

ପ୍ରଶ୍ନ 8 : ଷ୍ଟ୍ରିଟ ଲାଇଟଗୁଡ଼ିକୁ ବନ୍ଦ କରାଯିବ କି?

ଉତ୍ତର : ନା। ପ୍ରକୃତରେ ଜନସାଧାରଣଙ୍କ ସୁରକ୍ଷା ନିମନ୍ତେ ଷ୍ଟ୍ରିଟ ଲାଇଟ ଜଳାଇ ରଖିବାକୁ ସମସ୍ତ ରାଜ୍ୟ, କେନ୍ଦ୍ରଶାସିତ ପ୍ରଦେଶ ଏବଂ ସ୍ଥାନୀୟ ପ୍ରଶାସନକୁ ପରାମର୍ଶ ଦିଆଯାଇଛି।

ପ୍ରଶ୍ନ 9 : ହସ୍ପିଟାଲ ଏବଂ ଅନ୍ୟ ଜରୁରିକାଳୀନ ଏବଂ ଗୁରୁତ୍ବପୂର୍ଣ୍ଣ ସଂସ୍ଥାନରେ ଲାଇଟ ବନ୍ଦ ରଖାଯିବ କି?

ଉତ୍ତର : ନା, ହସ୍ପିଟାଲ ଏବଂ ସାର୍ବଜନୀନ ସଂସ୍ଥାନ, ପୌର ପାଳିକା, ଅଫିସ, ପୋଲିସ ଷ୍ଟେସନ, ଉତ୍ପାଦନ କାରଖାନା, ଆଦି ଅନ୍ୟ ସମସ୍ତ ଜରୁରି ସେବାରେ ଲାଇଟ ଜଳାଇ ରଖାଯିବ। କେବଳ ଆବାସର ଲାଇଟ ବନ୍ଦ କରିବା ଲାଗି ପ୍ରଧାନମନ୍ତ୍ରୀ ନିବେଦନ କରିଛନ୍ତି।

ପ୍ରଶ୍ନ 10 : ମୋଟ ଚାପର କେବଳ 20% ହେଉଛି ଘରୋଇ ଲାଇଟରୁ ପଡ଼ୁଥିବା ଚାପ। ହଠାତ 20% ଚାପ ହ୍ରାସ ପାଇବା ଫଳରେ ଗ୍ରୀଡରେ ଅସ୍ଥିରତା ଦେଖାଦେବ କି? ମନ୍ତ୍ରଣାଳୟ ଏ ଦିଗରେ କେଉଁ ପଦକ୍ଷେପ ଗ୍ରହଣ କରିବ?

ଉତ୍ତର : ଘରୋଇ ଲାଇଟର ଚାପ 20 ପ୍ରତିଶତ ଠାରୁ ଆହୁରି କମ। ଚାହିଦାରେ ଏପରି ହ୍ରାସକୁ ସହଜରେ ପରିଚାଳିତ କରିହେବ। ଏଥିପାଇଁ ବୈଷୟିକ ପରିଚାଳନା ମାନକ ଅନୁଯାୟୀ ପୂର୍ବପ୍ରସ୍ତୁତି କରାଯାଇଛି।

ପ୍ରଶ୍ନ 11 : ଲୋଡ ଶେଡିଂ କରାଯିବ କି? ଯଦି ହଁ ତା’ର ପ୍ରଭାବ କ’ଣ ହେବ?

ଉତ୍ତର : କୌଣସି ଲୋଡ ଶେଡିଂର ଯୋଜନା ନାହିଁ।