Odiapua.com

ପ୍ରିୟଙ୍କାଙ୍କ ପରେ ନିକ୍ ଙ୍କ ଏହି ଫଟୋର ମଜା ନେଲେ ଫ୍ୟାନ

ମୁମ୍ବାଇ, ୨୪/୭, (ଓଡ଼ିଆ ପୁଅ/ପଙ୍କଜିନୀ ନାୟକ) : ଗତ ୧୮ ଜୁଲାଇ ରେ ବଲିଉଡ ଗାର୍ଲ୍ ପ୍ରିୟଙ୍କା ଚୋପ୍ରା ମିୟାମିରେ ଥିଲେ ଓ ନିଜ ଜନ୍ମ ଦିନ ସେଲିବ୍ରେସନର କିଛି ଫଟୋ ସୋସିଆଲ ମିଡ଼ିଆ ରେ ସେୟାର କରିଥିଲେ। ସେଥିରେ ସେ ସ୍ମୋକ କରୁଥିବା ଦେଖିବାକୁ ମିଳିଥିଲା। ପରେ ଏହାକୁ ନେଇ ସେ ଟ୍ରୋଲ ମଧ୍ୟ ହୋଇଥିଲେ।

ମାତ୍ର ଏବେ ପ୍ରିୟଙ୍କାଙ୍କ ପରେ ନିକ୍ ଙ୍କ ଏକ ଫଟୋ ଭାଇରାଲ ହୋଇଛି। ଯେଉଁଥିରେ ସେ ହଟ୍ ସ୍ବିମ ଓ୍ବୟର ପିନ୍ଧିଛନ୍ତି ଓ ତାଙ୍କ ହାତରେ ସାୱର ମଧ୍ୟ ଅଛି। ତେବେ ଏହି ଫଟୋରେ ନିକ୍ ଙ୍କ ବଡିର ସୋସିଆଲ ମିଡ଼ିଆରେ ମଜାକ୍ ଉଡୁଥିବା ଦେଖିବାକୁ ମିଳିଛି।

ଆଜିକାଲି ଷ୍ଟାର ମାନେ ଯେତେବେଳେ ୬ ପ୍ୟାକ ଆଵ୍ସ ରଖୁଛନ୍ତି, ସେହି ଜାଗାରେ ନିକ୍ ଙ୍କ ଏହି ଫ୍ୟାଟି ବଡ଼ି ଫ୍ୟାନ ମାନଙ୍କ ପାଇଁ ସରପ୍ରାଇଜଠାରୁ କମ୍ ନୁହେଁ।