Odiapua.com

୧୪ ମାସ ପରେ କର୍ଣ୍ଣାଟକରେ ପତନ ହେଲା କଂଗ୍ରେସ-ଜେଡିଏସ ସରକାର, ବିଜେପିକୁ ମିଳିଲା ବହୁମତ

ନୂଆ ଦିଲ୍ଲୀ ୨୩-୭ (ଓଡ଼ିଆ ପୁଅ) କର୍ଣ୍ଣାଟକରେ ୨୧ ଦିନରୁ ଚାଲୁଥିବା ରାଜନୈତିକ ଉଥଲ ପୁଥଲ ପରେ କଂଗ୍ରେସ-ଜେଡିଏସ ଗଠବନ୍ଧନ ସରକାରର ପତନ ଘଟିଛି। ରାଜ୍ୟରେ ଭାରତୀୟ ଜନତା ପାର୍ଟୀକୁ ବହୁମତ ମିଳିଛି। ଯେଉଁଠାରେ କଂଗ୍ରେସ-ଜେଡିଏସ ଗଠବନ୍ଧନକୁ ୯୯ ଭୋଟ ମିଳିଛି ସେଠାରେ ଭାରତୀୟ ଜନତା ପାର୍ଟୀକୁ ୧୦୫ଟି ଭୋଟ ମିଳିଛି।