Odiapua.com

ପିଆଜର ଫଟୋକୁ ଫେସବୁକ୍ କହିଲା “ଅତ୍ୟଧିକ ଯୌନ”, ବ୍ଲକ କଲା ବିଜ୍ଞାପନ, ପଛରେ ଭୁଲ ମାଗିଲା

ନୂଆ ଦିଲ୍ଲୀ ୧୧-୧୦ (ଓଡ଼ିଆ ପୁଅ) ଫେସବୁକ ଏକ କାନାଡାର କମ୍ପାନୀର ପିଆଜ ବିଜ୍ଞାପନକୁ ବ୍ଲକ କରିଥିଲା। ଏହାର କାରଣ ଥିଲା ପିଆଜ ଗୁଡ଼ିକ ଯୌନାଙ୍ଗ ପରି ପ୍ରଦର୍ଶିତ ହେଉଛି। ବିଜ୍ଞାପନ ବନ୍ଦ କରିବା ପରେ ଫେସବୁକ ପକ୍ଷରୁ କୁହାଯାଇଥିଲା ଏହା “ଅତ୍ୟଧିକ ଯୌନ” (‘overtly sexualized positioning)

ସୂଚନାଯୋଗ୍ୟଯେ,ଏକ ବିହନ କମ୍ପାନୀ ଫେସବୁକରେ ପିଆଜ ମଞ୍ଜି ଉପରେ ଏକ ବିଶେଷ ଅଫର ବିଜ୍ଞାପନ କରିବାକୁ ଚାହୁଁଥିଲା ଏବଂ ହଳଦିଆ ପିଆଜରେ ପରିପୂର୍ଣ୍ଣ ଏକ ଟୋକେଇର ଚିତ୍ର ପୋଷ୍ଟ କରିଥିଲା। କିନ୍ତୁ ଫେସବୁକର ଫିଲ୍ଟରିଂ ଟେକ୍ନୋଲୋଜି ଏହାକୁ ଅତ୍ୟଧିକ ଚର୍ମ ଦେଖାଉଥିବା ନଗ୍ନରୂପ ଭାବିନେଲା ଏବଂ ଏହି ଫଟୋରେ ଦିଆଯାଇଥିବା ବିଜ୍ଞାପନକୁ ବ୍ଲକ କରିଦେଇଥିଲା। ଏହା ପରେ ଅନେକ ଲୋକ ଏହାକୁ ସମାଲୋଚନା କରିଥିଲେ।

ସିବିସି ନ୍ୟୁଜକୁ କମ୍ପାନୀ ମ୍ୟାନେଜର ଜ୍ୟାକସନ ମ୍ୟାକ୍ଲିନ୍ କହିଛନ୍ତି ଯେ “ମୁଁ ଏହାକୁ ଥଟ୍ଟା କରାଯାଉଛି ବୋଲି ଭାବିଥିଲି।”

“ଆଶାକରେ ଜଣେ ବ୍ୟକ୍ତି ଫଟୋକୁ ଦେଖିବା ପରେ ଜାଣିପାରିବଯେ, ଏହା ପ୍ରକୃତରେ ଯୌନ ସମ୍ବନ୍ଧୀୟ ନୁହେଁ। ଏହା କେବଳ ପିଆଜ” ବୋଲି ସେ କହିଛନ୍ତି।

ଫେସବୁକ କାନାଡାର କମୁନିକେସନର ମୁଖ୍ୟ ମେଗ ସିନକ୍ଲେୟାର କମ୍ପାନୀର ଫିଲ୍ଟରିଂ ଟେକ୍ନୋଲୋଜିକୁ ଦାୟୀ କରିଛନ୍ତି।

କାନାଡିଆନ୍ ପ୍ରେସ୍ କୁ ସିନକ୍ଲେୟାର୍ କହିଛନ୍ତି, “ଆମେ ଆମର ଆପ୍ସକୁ ନଗ୍ନତା ରୋକିବା ପାଇଁ ସ୍ୱୟଂଚାଳିତ ଟେକ୍ନୋଲୋଜି ବ୍ୟବହାର କରୁ, କିନ୍ତୁ ଏହି ଟେକ୍ନୋଲୋଜି ଏହାକୁ ୱାଲା ୱାଲା ପିଆଜ ବୋଲି ଜାଣିପାରିଲା ନାହିଁ।

ପରେ ପିଆଜ ପାଇଁ ବିଜ୍ଞାପନ ପୁନଃ ସ୍ଥାପିତ ହେଲା ଏବଂ ଫେସବୁକ ମଧ୍ୟ କ୍ଷମା ମାଗିଲା।

ସୂଚନା ମତେ, ବୋଧହୁଏ ଏହି ପିଆଜ ଅତ୍ୟଧିକ ଚର୍ମ ଦେଖାଉଥିଲା, ତେଣୁ ଆଲଗୋରିଦମ ମିକ୍ସରେ ‘ଅତ୍ୟଧିକ ଯୌନ’ କାରଣରୁ ଏହି ଫେସବୁକ୍ ପିଆଜ ବିଜ୍ଞାପନକୁ ବ୍ଲକ କରିଥିଲା।

କାନାଡାର ବିଭିନ୍ନ ଗଣମାଧ୍ୟମରେ ଏହାର ପ୍ରସାରଣ ହେବା ପରେ ଫେସବୁକ ଏହା ଭୁଲ କରିଥିବା ସ୍ୱୀକାର କରିଥିଲା।