Odiapua.com

ଏତେ ରାଗ କାହିଁକି ଦିଦି? ରାଗ କେନ ଦିଦି .. ଦେଖନ୍ତୁ; ବଙ୍ଗଲା ରାଜନୀତିରେ ମମତା ଦିଦିଙ୍କୁ ନେଇ ମଜାଦାର୍ ଭାଇରାଲ୍ ଭିଡିଓ ..

କୋଲକତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ ପ୍ରଚାର ଏବେ ଜୋର ଧରିଛି। ବଙ୍ଗଲାରୁ ମମତା ବାନାର୍ଜୀଙ୍କ ଗଡ଼ ଭାଙ୍ଗିବା ପାଇଁ ବିଜେପି ଜୋରଦାର ପ୍ରୟାସ କରୁଥିବା ବେଳେ ଏଣେ, ତୃଣମୂଳ କଂଗ୍ରେସ (ଟିଏମସି) ଗଡ଼ ରକ୍ଷା ପାଇଁ ମମତା ମଧ୍ୟ ଜୋରଦାର ଲାଗିପଡ଼ିଛନ୍ତି। ତେବେ, ନିକଟରେ କୋଲକତା ବ୍ରିଗେଡ୍ ଗ୍ରାଉଣ୍ଡରେ ଅନୁଷ୍ଠିତ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିଶାଳ ସାଧାରଣ ସଭା ପରେ ମମତାଙ୍କୁ ମୋଦିଙ୍କ ଏକ ପ୍ରଶ୍ନ ବଙ୍ଗଲା ନିର୍ବାଚନୀ ପ୍ରଚାରରେ ନିଆଁରେ ଘିଅ ଢାଳିଲା ପରି କାମ କରୁଛି। ପ୍ରଧାନମନ୍ତ୍ରୀ ମୋଦୀ ମମତା ବାନାର୍ଜୀଙ୍କୁ ମଞ୍ଚ ଉପରୁ ପ୍ରବଳ ଟାର୍ଗେଟ୍ କରିଥିବା ବେଳେ ମମତାଙ୍କୁ ଏକ ପ୍ରଶ୍ନ ପଚାରିଥିଲେ ଯେ, “ଏତେ ରାଗ କେନ ଦିଦି” (ଏତେ ରାଗ କାହିଁକି ଦିଦି)? ଏବେ ମୋଦିଙ୍କ ସେହି ପ୍ରଶ୍ନକୁ “ଏତେ ରାଗ କେନ ଦିଦି?” ବଙ୍ଗଲା ନିର୍ବାଚନରେ ବିଜେପି ଅସ୍ତ୍ର ଭାବରେ ବ୍ୟବହାର କରୁଛି। ମମତା ବାନାର୍ଜୀଙ୍କ କ୍ରୋଧକୁ ନେଇ ବିଜେପି ଏକ ଭିଡିଓ ଜାରି କରିଛି। ଏଥିରେ ମମତା ବାନାର୍ଜୀଙ୍କ କ୍ରୋଧକୁ ଦେଖାଯାଇଛି। ଭିଡିଓଟି ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି। ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜନ୍ମ ବାର୍ଷିକୀ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ “ଜୟ ଶ୍ରୀରାମ” ନ୍ୟାରା ଉପରେ ମମତା ବାନାର୍ଜୀ ଖୁବ୍ ରାଗି ଯାଇଥିଲେ।

ଭିଡିଓଟିରେ ଅନେକ ସ୍ଥାନରେ ମମତା ବାନାର୍ଜୀଙ୍କ ଫଟୋ ରହିଥିବା ବେଳେ ଏକ ଯୁବାଗୋଷ୍ଠୀ ବଙ୍ଗଲାର ଅବସ୍ଥାକୁ ନେଇ ରାଇମ୍ (ଗୀତ) ମାଧ୍ୟମରେ ବର୍ଣ୍ଣନା କରୁଛନ୍ତି। “ଦିଦି ରାଗନ୍ତୁ ନାହିଁ, କିଛି କାମ କରନ୍ତୁ। ନୀଳ ଏବଂ ଧଳା ରଙ୍ଗରେ ରଙ୍ଗିତ ହୋଇଛି କୋଲକାତା, କିନ୍ତୁ କିଛି ପରିବର୍ତ୍ତନ ନଜର ଆସୁନାହିଁ। ଆପଣ ହାୱାଇ ଚପଲ ପିନ୍ଧି କାହିଁକି ପ୍ରତାରଣା କରନ୍ତି? ଯଦି ପରିବର୍ତ୍ତନର ରଙ୍ଗ ବଦଳି ଯାଉଛି, ଏତେ ରାଗ କାହିଁକି ଦିଦି? ଭାରତ ଏହାର ଟିକା ତିଆରି କଲା, ତ’ ଏତେ ରାଗ କାହିଁକି ଦିଦି? ଧାରା ୩୭୦ ହଟିଲା, ତ’ ଏତେ ରାଗ କାହିଁକି ଦିଦି? ଯଦି ଶତୃର ଘରେ ପଶି ହତ୍ୟା କରାଗଲା, ତ’ ଏତେ ରାଗ କାହିଁକି ଦିଦି? ବଦଲା ନୁହେଁ, ବଦଲାବ ଚାହିଏ। (ପ୍ରତିଶୋଧ ନୁହେଁ, ପରିବର୍ତ୍ତନ ଆବଶ୍ୟକ)।
/- ଦେବଦତ୍ତ ରଥ