Odiapua.com

ESIC ଅଧିନରେ ଗର୍ଭବତୀ ମହିଳାମାନଙ୍କୁ ଦିଆଯାଉଥିବା ଆର୍ଥିକ ଅନୁଦାନ ୭, ୫୦୦ ଟଙ୍କାକୁ ବୃଦ୍ଧି

ନୂଆ ଦିଲ୍ଲୀ ୨୯-୭ (ଓଡ଼ିଆ ପୁଅ) ଗର୍ଭବତୀ ମହିଳାମାନଙ୍କୁ ଦିଆଯାଉଥିବା ଆର୍ଥିକ ଅନୁଦାନକୁ ୨୫୦୦ ରୁ ୭, ୫୦୦ ଟଙ୍କାକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି, କର୍ମଚାରୀମାନଙ୍କ ବୀମା ନିଗମ (ESIC)। ଏହି ଆର୍ଥିକ ଅନୁଦାନ କେବଳ ସେମାନଙ୍କୁ ମିଳିବ ଯେଉଁମାନେ, ESIC ଡିସପେନସାରିରୁ ମ୍ୟାଟରନିଟି ସେବାପାଇପାରୁ ନାହାଁନ୍ତି।

ଶ୍ରମ ଏବଂ ରୋଜଗାର ମନ୍ତ୍ରଣାଳୟ ଏକ ସରକାରୀ ଗେଜେଟ ବିଜ୍ଞପ୍ତିରେ କହିଛି ଯେ, କର୍ମଚାରୀ ରାଜ୍ୟ ବୀମା (କେନ୍ଦ୍ରୀୟ) ନିୟମ, ୧୯୫୦ ରେ, ୫୬-ଏ ନିୟମ ଅନୁଯାୟୀ, ‘ପାଞ୍ଚ ହଜାର ଟଙ୍କା’ ଯାଗାରେ ‘ସାତ ହଜାର ପାଞ୍ଚ ଶହ’ ପରିବର୍ତ୍ତନ କରାଯିବ। ଏଥିପାଇଁ ମତାମତ ଲୋଡ଼ାଯାଇଛି। ଏ ନେଇ ୩୦ ଦିନ ସମୟ ଦିଆଯାଇଥିବା କୁହାଯାଇଛି। ହିତାଧିକାରୀଙ୍କ ମତାମତ କିମ୍ବା ଆପତ୍ତି ପରେ ବିଚାର କରି ପରେ ଚୂଡ଼ାନ୍ତ ବିଜ୍ଞପ୍ତି ଜାରି କରାଯିବ।

ବର୍ତ୍ତମାନ ୫୬-ଏକ ନିୟମ ଅନୁଯାୟୀ, ଯଦି କୌଣସି ସ୍ଥାନରେ ବୀମାଭୁକ୍ତ ମହିଳା କିମ୍ବା ବୀମାଭୁକ୍ତ ବ୍ୟକ୍ତିଙ୍କ ପତ୍ନୀଙ୍କୁ ESIC ଅଧୀନରେ ଆବଶ୍ୟକ ଚିକିତ୍ସା ସୁବିଧା ଉପଲବ୍ଧ ହୋଇପାରୁନାହିଁ, ତେବେ ବୀମାଭୁକ୍ତ ମହିଳା କିମ୍ବା ବୀମାଭୁକ୍ତ ବ୍ୟକ୍ତିଙ୍କୁ ତାଙ୍କ ପତ୍ନୀଙ୍କ ପାଇଁ ବର୍ଭାବସ୍ଥା ସମୟରେ ୫୦୦୦ ଟଙ୍କାର ଆର୍ଥିକ ସହାୟତା ରାଶି ପାଇବାକୁ ଅନୁମତି ଦେଇଥାଏ।

ସୂଚନାଯୋଗ୍ୟଯେ, ଚଳିତ ବର୍ଷ ଫେବୃଆରୀରେ ବୈଠକରେ ସୀମା ବୃଦ୍ଧି କରିବାକୁ ESIC ବୋର୍ଡ ଏହାର ଅନୁମୋଦନ ଦେଇଥିଲା।