Odiapua.com

କୋଭିଡ କାରଣରୁ EPFO ​​ରୁ ଅଗ୍ରୀମ ଉଠାଣ ପାଇଁ ଅନୁମତି ଦେଲେ ସରକାର

ନୂଆଦିଲ୍ଲୀ ୩୧, (ଓଡିଆ ପୁଅ) ରାଷ୍ଟ୍ରାୟତ୍ତ ପେନ୍ସନ୍ ପାଣ୍ଠି ପରିଚାଳକ, କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ସଂଗଠନ (ଇପିଏଫ୍ଓ) ଯୋଗଦାନକାରୀଙ୍କୁ ସେମାନଙ୍କ ସଞ୍ଚୟରୁ ଫେରସ୍ତ ନକରିବା ସର୍ତ୍ତରେ କୋଭିଡ -୧୯ ଅଗ୍ରୀମ ଉଠାଣକୁ କରିବାକୁ ଅନୁମତି ଦେଇଛି। ଏହି ଅନୁମତି ଦ୍ୱିତୀୟ ଥର ପାଇ ଇପିଏଫଓ ଦେଇଛି ଯାହାକି ମହାମାରୀ ଯୋଗୁଁ ଏଭଳି ରିଲିଫ୍ ପଦକ୍ଷେପ ବୋଲି ଜାରି ଏକ ସରକାରୀ ବିବୃତ୍ତିରେ କୁହାଯାଇଛି।

ମହାମାରୀ ସମୟରେ ସ୍ୱତନ୍ତ୍ର ଉଠାଣକୁ ଅନୁମତି
ପ୍ରଧାନ ମନ୍ତ୍ରୀ ଗାରିବ କଲ୍ୟାଣ ଯୋଜନା (PMGKY) ଅନ୍ତର୍ଗତ ଏହା ଏକ ପଦକ୍ଷେପ। ଯାହା ଆର୍ଥିକ ଅସୁବିଧା ସମୟରେ ପ୍ରଥମେ ମାର୍ଚ୍ଚ ୨୦୨୦ ରେ , କୋଭିଡ -୧୯ ସହାୟତା ପ୍ୟାକେଜ ଅଧୀନରେ ଆରମ୍ଭ କରାଯାଇଥିଲା।

ଏହି ବ୍ୟବସ୍ଥା ଅନୁଯାୟୀ, ତିନିମାସର ମୌଳିକ ମଜୁରୀ ଏବଂ ମହଁଗା ଭତ୍ତାର ପରିମାଣ କିମ୍ବା ଇପିଏଫ ଆକାଉଣ୍ଟରେ ସଦସ୍ୟଙ୍କ କ୍ରେଡିଟ ହୋଇଥିବା ପରିମାଣର ୭୫% ପର୍ଯ୍ୟନ୍ତ ଜଣେ ସଦସ୍ୟ ଉଠାଇ ପାରିବେ। ଏହା ଫେରସ୍ତ କରିବାକୁ ପଡ଼ିବ ନାହିଁ। ସଦସ୍ୟମାନେ ଚାହିଁଲେ ସେଥିରୁ ମଧ୍ୟ ଅଳ୍ପ ପରିମାଣ ପାଇଁ ଆବେଦନ କରିପାରିବେ ବୋଲି ସୋମବାର ପ୍ରକାଶିତ ବିବୃତ୍ତିରେ କୁହାଯାଇଛି।