Odiapua.com

ରେକର୍ଡ ହେଲା ଇପିଏଫ୍ ଉଠାଣ : ଗତ ଚାରି ମାସରେ ୮୦ ଲକ୍ଷ କର୍ମଚାରୀ ଉଠାଇଲେ ୩୦ ହଜାର କୋଟି ଟଙ୍କା

ନୂଆ ଦିଲ୍ଲୀ ୨୮-୭ (ଓଡ଼ିଆ ପୁଅ) ଇପିଏଫ୍‌‌ରୁ ହୋଇଛି ରେକର୍ଡ଼ ଉଠାଣ। ଏକ ରିପୋର୍ଟ ଅନୁଯାୟୀ, ଇପିଏଫ୍‌ର ୮୦ ଲକ୍ଷ ଜମାକାରୀ ଅର୍ଥାତ୍ ଗ୍ରାହାକ ଏପ୍ରିଲରୁ ଚାରି ମାସ ମଧ୍ୟରେ ୩୦ ହଜାର କୋଟି ଟଙ୍କା ଉଠାଇ ନେଇଛନ୍ତି। ଇକୋନୋମିକ୍ ଟାଇମ୍ସର ଏକ ରିପୋର୍ଟ ଅନୁଯାୟୀ, ଏହି ଅର୍ଥ ବିଶେଷ କରି ଛୁଟି ଯୋଗୁଁ ଦରମା କଟିବା ଏବଂ ଚିକିତ୍ସା ଖର୍ଚ୍ଚ କାରଣରୁ ହୋଇପାରେ ବୋଲି ଅନୁମାନ କରାଯାଉଛି।

ରିପୋର୍ଟରେ ଜଣେ ଅଧିକାରୀ ପ୍ରକାଶ କରିଛନ୍ତିଯେ, ମୋଟ ଉଠାଣରୁ ପ୍ରାୟ ତିରିଶି ଲକ୍ଷ କର୍ମଚାରୀ କୋଭିଡ ୱିଣ୍ଡୋ ଅଧିନରେ ୮ ହଜାର କୋଟିରୁ ଅଧିକ ଟଙ୍କା ଉଠାଇଥିବା ବେଳେ ୨୨ ହଜାର କୋଟି ଟଙ୍କା ୫୦ ଲକ୍ଷ ଇପିଏଫଓ ଗ୍ରାହକଙ୍କ ଦ୍ୱାରା ସାଧାରଣ ଭାବରେ ମୁଖ୍ୟତଃ ଡାକ୍ତରୀ ଚିକିତ୍ସା ପାଇଁ ଉଠାଯାଇଛି।

ମାର୍ଚ୍ଚରେ ଅର୍ଥ ମନ୍ତ୍ରଣାଳୟ କହିଥିଲା ଯେ, ଇପିଏଫ୍ ଗ୍ରାହକ ସେମାନଙ୍କ ଇପିଏଫ୍ ଆକାଉଣ୍ଟରୁ ୭୫% କିମ୍ବା ତିନିମାସ ଦରମା ଯାହା କମ୍‌ ହେବ ସେହି ସୀମା ପର୍ଯ୍ୟନ୍ତ ଉଠାଇ ପାରିବେ।

ବର୍ତ୍ତମାନର ସମୟରେ, ମୋଟରେ ପ୍ରାୟ ଏକ କୋଟି ଗ୍ରାହକ ଆସନ୍ତା କିଛି ଦିନ ମଧ୍ୟରେ ସେମାନଙ୍କ ଇପିଏଫ୍ ଆକାଉଣ୍ଟରୁ ଟଙ୍କା ଉଠାଇବେ।

ଜଣେ ଅଧିକାରୀ କହିଛନ୍ତି ଯେ କୋଭିଡ ମାମଲା ବୃଦ୍ଧି ପାଇବା ସହିତ ଟଙ୍କା ଉଠାଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି।