Odiapua.com

ଏହି ମେଟ୍ରୋ ଷ୍ଟେସନ ଗୁଡ଼ିକ ବନ୍ଦ କଲା ବନ୍ଦ କଲା ଦିଲ୍ଲୀ ମେଟ୍ରୋ

ନୂଆ ଦିଲ୍ଲୀ ୨୦-୧୨ (ଓଡ଼ିଆ ପୁଅ) ଦିଲ୍ଲୀର ୨୮୫ ଷ୍ଟେସନ ମଧ୍ୟରୁ ଚାଉଡ଼ି ବାଜାର, ଲାଲ କିଲ୍ଲା, ଜାମା ମସ୍ଜିଦ ଏବଂ ଦିଲ୍ଲୀ ଗେଟ (ଭାଓଲେଟ୍ ଲାଇନ୍), ଜାଫରାବାଦ ଏବଂ ମୌଜପୁର-ବାବରପୁର (ପିଙ୍କ ଲାଇନ) ଏବଂ ଜାମିଆ ମିଲିୟା ଇସ୍ଲାମିୟା (ମଜେଂଟା ଲାଇନ) ସୁରକ୍ଷା ଦୃଷ୍ଟିରୁ ବନ୍ଦ କରାଯାଇଛି। ମେଟ୍ରୋ ନେଟୱାର୍କ ସମୟାନୁସାରେ ଚାଲୁଥିବା ଦିଲ୍ଲୀ ମେଟ୍ରୋ ତରଫରୁ କୁହାଯାଇଛି।

ଉପୋରୋକ୍ତ ମେଟ୍ରୋ ଷ୍ଟେସନ ବ୍ୟତୀତ ଶିବ ବିହାର, ଦିଲଶାଦ ଗାଡେନ୍ ଜୋହରୀ ଇନକ୍ଲାଭ ଷ୍ଟେସନର ପ୍ରବେଶ ଏବଂ ପ୍ରସ୍ଥାନ ଦ୍ୱାର ବନ୍ଦ କରାଯାଇଛି।

ସୂଚନାଯୋଗ୍ୟଯେ, ନାଗରିକତା ସଂଶୋଧନ ଆଇନ ବିରୁଦ୍ଧରେ ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ ହେଉଛି। ସୁରକ୍ଷା ଦୃଷ୍ଟିରୁ ଏହା କରାଯାଇଥିବା ଜଣାପଡ଼ିଛି।