Odiapua.com

ଶୁନସାନ୍ ରାସ୍ତାରେ ଏକୁଟିଆ ଏ’ କିଏ ?

ଭୁବନେଶ୍ୱର/କଟକ: ଶୁନସାନ୍ ରାସ୍ତାରେ ଏକୁଟିଆ ଏ’ ମହିଳା ଜଣଙ୍କ କିଏ? ଇଏ ହେଲେ ଓଲିଉଡ୍ ଅଭିନେତ୍ରୀ ତଥା ବିଜୁ ଯୁବ ଜନତା ଦଳ ରାଜ୍ୟ ମହାସଚିବ ଏଲିନା ଦାସ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା କଟକ – ପୁରୀ ବାଇପାସ୍ ରୋଡରେ ଏଲ୍‌ଇଡି ଷ୍ଟିଟଲାଇଟ୍ ଆଲୋକୀକରଣର ବ୍ୟବସ୍ଥା ଲୋକାର୍ପିତ ହେବାପରେ ରାସ୍ତାର ଏକ ସ୍ଥାନରେ ବସି ଏହାର ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ସହ ଫଟୋ ଉଠାଇଛନ୍ତି ଏଲିନା ଦାସ। ଏଲିନା ଫଟୋ ଗୁଡ଼ିକୁ ତାଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟରେ ସେୟାର୍ କରି ଏହାର ସୌନ୍ଦର୍ଯ୍ୟକୁ ଦେଖନ୍ତୁ ଏବଂ ଅନୁଭବ କରନ୍ତୁ ଲେଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ସୂଚନାଯୋଗ୍ୟ ଯେ, ଏହି ଆଲୋକୀକରଣ ବ୍ୟବସ୍ଥା ବାଇପାସ୍ ରୋଡର ପଳାଶୁଣୀ ଛକଠାରୁ ଲିଙ୍ଗିପୁର ଛକ ପର୍ଯ୍ୟନ୍ତ ୧୨ କିଲୋମିଟର ରାସ୍ତାରେ କାର୍ଯ୍ୟକାରୀ କରାଯାଇଛି। ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଏଥିରେ ୩୮୭ଟି ଖୁଣ୍ଡିରେ ୧୨୦ ୱାଟ ବିଶିଷ୍ଟ ୭୭୪ଟି ଏଲ୍‌ଇଡି ଲାଇଟ ଲଗାଯାଇଛି ଏବଂ ଲିଙ୍ଗିପୁର , କେଶୁରା ଓ ପାଣ୍ଡରା ଠାରେ ୩ଟି ହାଇମାଷ୍ଟ ଲାଇଟ୍ କରାଯାଇଛି। ଏଥିପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ୨.୮୫ କୋଟି ଟଙ୍କା ବ୍ୟୟ କରାଯାଇଛି। ଏହାଦ୍ବାରା ବିଦୁତ୍ ଶକ୍ତି ଖର୍ଚ୍ଚ କମିବା ସହିତ ଜନସାଧାରଣ ବିଶେଷକରି ଗାଡ଼ି ଚାଳକ ଓ ପଥଚାରୀ ମାନଙ୍କ ଯାତାୟତ ଅଧୁକ ନିରାପଦ ହେବ ଏବଂ ଉତ୍ତମ ଆଲୋକୀକରଣ ବ୍ୟବସ୍ଥା ଦ୍ବାରା ସଡ଼କ ଦୁର୍ଘଟଣା କମିବା ସହିତ ଚୋରୀ ଓ ଲୁଟପାଟ ଭଳି ଅପରାଧୁକ କାର୍ଯ୍ୟକଳାପ ମଧ୍ୟ କମିପାରିବ ବୋଲି ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଥିଲେ।
/- ଦେବଦତ୍ତ ରଥ