Odiapua.com

ୱାଟସ୍ ଆପ୍ ସହଯୋଗରେ ଓଡ଼ିଶା ସରକାରଙ୍କର COVID୧୯ ହେଲ୍ପଡେସ୍କ – ଜାଣିପାରିବେ ଶଯ୍ୟା ଉପଲବ୍ଧତା, ଅମ୍ଳଜାନ ସହାୟତା ଏବଂ ଟୀକାକରଣ ରିପୋର୍ଟ ଡାଉନଲୋଡ୍ କରିପାରିବେ

ଭୁବନେଶ୍ୱର ୨୯-୫ (ଓଡ଼ିଆ ପୁଅ) ୱାଟସ୍ ଆପ୍ ସହଯୋଗରେ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗର COVID୧୯ ହେଲ୍ପଡେସ୍କ ଆରମ୍ଭ ହୋଇଛି ବୋଲି ବିଭାଗ ସୂଚନା ଦେଇଛି। ହେଲ୍ପଡେସ୍କ ସେବାକୁ ନବୀକରଣ କରାଯାଇଛି। ଏଥିରେ ଏବେ କିଛି ଅତିରିକ୍ତ ବୈଶିଷ୍ଠ୍ୟ ଯୋଡ଼ାଯାଇଥିବା ସୂଚନା ମିଳିଛି। ଯେପରିକି  ଲୋକମାନେ ବର୍ତ୍ତମାନ ଶଯ୍ୟା ଉପଲବ୍ଧତା, ଅମ୍ଳଜାନ ସହାୟତା ଏବଂ ଟୀକାକରଣ ରିପୋର୍ଟ ଡାଉନଲୋଡ୍ କରିପାରିବେ ବୋଲି ଏଥିରେ ଜଣାପଡ଼ିଛି।

ଏଥିପାଇଁ ଆପଣଙ୍କୁ 9337929000 ନମ୍ବର ସେଭ୍ କରିବାକୁ ପଡ଼ିବ। ଏହା ପରେ ଚାଟ୍‌ କରିବା ପାଇଁ ଆପଣ ଭାଷା ଚୟନ କରିବେ। ଏହା ପରେ ଆବଶ୍ୟକତା ଅନୁୟାୟୀ, ଆପଣଙ୍କୁ ବିଭିନ୍ନ ଅପସନ୍‌ ଦେଖାଯିବ। ଆପଣ ସେହି ଅନୁୟାୟୀ ଆପଣ ଚାଟିଂରୁ ବିଭିନ୍ନ ଆବଶ୍ୟକତା ବିଷୟରେ ଜାଣିପାରିବେ।