Odiapua.com

ଭୋଟ୍ ଗଣିବା ସମୟରେ କିମ୍ବା ପରେ ବିଜୟ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇଲେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ, ଏପ୍ରିଲ ୨୭ (ଓଡ଼ିଆ ପୁଅ) : ବିଧାନସଭା ନିର୍ବାଚନ ଅନୁଷ୍ଠିତ ରାଜ୍ୟରେ ଭୋଟ୍ ଗଣିବା ସମୟରେ କିମ୍ବା ପରେ ବିଜୟ ଯାତ୍ରା ଉପରେ ନିର୍ବାଚନ ଆୟୋଗ ମଙ୍ଗଳବାର ଦିନ ପ୍ରତିବନ୍ଧକ ଲଗାଇଛନ୍ତି।

ଏକ ଆଦେଶର ସୂତ୍ରରୁ ପ୍ରକାଶ ଯେ କରୋନା ଜୀବାଣୁ ସଂକ୍ରମଣକୁ ରୋକିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି।

ସୂଚନାଯୋଗ୍ୟଯେ, ମେ ୨ ରେ ଆସାମ, ତାମିଲନାଡୁ, ପଶ୍ଚିମବଙ୍ଗ, କେରଳ ଏବଂ ପୁଡୁଚେରୀରେ ମତଗଣନା କରାଯିବ।

ଏହି ପରିପ୍ରେକ୍ଷୀରେ ବିସ୍ତୃତ ନିର୍ଦ୍ଦେଶ ଜାରି କରାଯାଉଛି ବୋଲି ନିର୍ବାଚନ ଆୟୋଗର ସୂତ୍ରରୁ ପ୍ରକାଶ।