Odiapua.com

ମିଜୋରାମରେ ଭୂମିକମ୍ପ : ରିକ୍ଟର ସ୍କେଲରେ ୩.୭ ମ୍ୟାଗ୍ନିଚ୍ୟୁଡ୍ ରେକର୍ଡ

ନୂଆ ଦିଲ୍ଲୀ ୯ ମଇ (ଓଡ଼ିଆ ପୁଅ) ମିଜୋରାମରେ ଭୂକମ୍ପ ଅନୁଭୂତ ହୋଇଛି। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ ରବିବାର (ମଇ ୯) ସକାଳ ୯:୦୩ ରେ କମ୍ପନ ଅନୁଭୂତ ହୋଇଥିଲା। ଏହି ସମୟ ମଧ୍ୟରେ, ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୭ ମ୍ୟାଗ୍ନିଟ୍ୟୁଡ୍ ରେକର୍ଡ କରାଯାଇଛି। ସୂଚନାଯୋଗ୍ୟ ଯେ, ଭୂକମ୍ପ ଚିହ୍ନଟ ହେବା ମାତ୍ରେ ଲୋକମାନେ ଘରୁ ବାହାରି ଦୀର୍ଘ ସମୟ ଧରି ଆତଙ୍କିତ ଅବସ୍ଥାରେ ରହିଥିଲେ।

ଭୂମିକମ୍ପର କେନ୍ଦ୍ରସ୍ଥଳ ମିଜୋରାମର ଥେଞ୍ଜୋଲ୍ ର ଦକ୍ଷୀଣରେ, ୯୧ କି.ମି. ଦୂରରେ ଅବସ୍ଥିତ ସ୍ଥାନରେ ହୋଇଥିଲା ଏବଂ ଏହାର ଗଭୀରତା ଥିଲା ୨୭.୯ କିଲୋମିଟର।

ଏ ପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି ଏବଂ ହତାହତ ହେବାର ଖବର ଆସିନାହିଁ।