Odiapua.com

ମହାରାଷ୍ଟ୍ରର ନାସିକରେ ୩.୮ ତିବ୍ରତା ବିଶିଷ୍ଟ ଭୂମିକମ୍ପ ଅନୁଭୂତ

ନୂଆ ଦିଲ୍ଲୀ ୮-୯ (ଓଡ଼ିଆ ପୁଅ) ମହାରାଷ୍ଟ୍ରର ନାସିକରେ ୩.୮ ତିବ୍ରତା ବିଶିଷ୍ଟ ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତିବ୍ରତା ୩.୮ ମ୍ୟାଗ୍ନିଚ୍ୟୁଡ ଥିଲା ବୋଲି ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି (NCS) ତରଫରୁ ସୂଚନା ଦିଆଯାଇଛି। ଏହି ଭୂକମ୍ପ ଆଜି ସକାଳ ୯.୫୦ ମିନିଟରେ ମହାରାଷ୍ଟ୍ରର ନାଶିକଠାରୁ ୧୦୩ କିଲୋମିଟର ପଶ୍ଚିମରେ ଅନୁଭୂତ ହୋଇଥିଲା।