Odiapua.com

ପାକିସ୍ଥାନରେ ଭୂମିକମ୍ପ : ଫାଟିଲା ସଡ଼କ, ଫସିଲା ଗାଡ଼ି, ଥରିଲା ଭୂମି, ୫ ମୃତ ୫୦ ଆହତ – ଫଟୋ ଫଟୋରେ ଖବର

ନୂଆ ଦିଲ୍ଲୀ ୨୪-୯ (ଓଡ଼ିଆ ପୁଅ) ରାଜଧାନୀ ଦିଲ୍ଲୀ ସମେତ ସମ୍ପୂର୍ଣ୍ଣ ଉତ୍ତର ଭାରତ ଭୂକମ୍ପ ଭାରି ଝଟକାରେ ଥରିଲା ଉତ୍ତର ଭାରତ। ଭୂମିକମ୍ପର କାରଣରୁ ପାକିସ୍ତାନରେ ବହୁତ କ୍ଷତି ହୋଇଛି। ପାଞ୍ଚଜଣଙ୍କର ମୃତ୍ୟୁ ହୋଇଥିବାର ଖବର ମିଳିଛି ଏବଂ ୫୦ ଲୋକ ଆହତ ହୋଇଥିବାର ଖବର ମିଳିଛି। ଭୂମିକମ୍ପର ଝଟକା ଅପରାହ୍ନ ୪ ଟା ୩୫ ମିନିଟ ଉପରେ ଅନୁଭବ କରାଯାଇଥିଲା। ଭୂମିକମ୍ପର ଝଟକା ଅନୁଭବ କରିବା କ୍ଷଣି ଲୋକମାନେ ଆତଙ୍କିତ ହୋଇପଡ଼ିଥିଲେ।

ପାକିସ୍ଥାନ ଅଧିକୃତ କାଶ୍ମୀର (ପିଓକେ) ର ମୀରପୁରରେ ଭୂମିକମ୍ପର ତେଜ ଝଟକା କାରଣରୁ ଅନେକ ବିଲ୍ଡିଂ ଭାଙ୍ଗିଯାଇଥିବା ଖବର ମଧ୍ୟ ମିଳୁଛି। ପିଓକେରେ ଭୂମିକମ୍ପ କାରଣରୁ ୫୮ ଲୋକ ଗୁରୁତର ଭାବେ ଆହତ ହୋଇଥିବା କୁହାଯାଉଛି। ପାକିସ୍ତାନରେ ଅନେକ ସଡ଼କ ଫାଟିଯାଇଥିବା ଫଟୋ ଆପଣ ଦେଖିପାରୁଥିବେ।

ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୬.୩ ମପାଯାଇଥିଲା। ଏହାର କେନ୍ଦ୍ର ପିଓକେର ଜାଟଲାନ ନିକଟରେ ବୋଲି କୁହାଯାଉଛି, ଏହି ଜାଗା ଲାହୌରରୁ ପ୍ରାୟତଃ ୧୭୩ କିଲୋମିଟର ଦୂର ଅଟେ। ଭୂମିକମ୍ପର ଝଟକା ହରିଆଣା, ପଞ୍ଜାବ, ଦିଲ୍ଲୀ, କାଶ୍ମୀର, ହିମାଞ୍ଚଳ ପ୍ରଦେଶର ବିଭିନ୍ନ ଜାଗାରେ ମଧ୍ୟ ଅନୁଭବ ହୋଇଥିଲା।

ଏ ପର୍ଯ୍ୟନ୍ତ ଭୂମିକମ୍ପରେ ଭାରତରେ କୌଣସି କ୍ଷତିର କୌଣସି ସୂଚନା ଆସିନାହିଁ। ଭୂମିକମ୍ପ ଫଳରେ ଜାମ୍ମୁ-କାଶ୍ମୀର ଏହାର ପ୍ରଭାବ ଅଧିକ ଅନୁଭବ କରାଯାଇଛି। ଅବଶ୍ୟ ଜାମ୍ମୁ-କାଶ୍ମୀର ପୁଲିସର ଡିଜି ଏହା ସ୍ପଷ୍ଟ କରିଛନ୍ତି ଯେ, ଜାମ୍ମୁ-କାଶ୍ମୀରରେ ଭୂମିକମ୍ପରେ ଏପର୍ଯ୍ୟନ୍ତ କୌଣସି କ୍ଷତି କିମ୍ବା ହତାହତ ହେବାର କୌଣସି ଖବର ଆସିନାହିଁ।

ପାକ ମିଡ଼ିଆ ଅନୁଯାୟୀ ଗୋଟିଏ ବିଲ୍ଡିଙ୍ଗ ସମ୍ପୂର୍ଣ୍ଣ ଭାବରେ ମାଟିରେ ଦବିଯାଇଛି, ଯେଉଁଥିରେ ୫୦ ରୁ ଅଧିକ ଲୋକ ଆହତ ହେବାର ଖବର ଆସିଛି।

ଏହା ପୂର୍ବରୁ ୨୦୦୫ ରେ ମଧ୍ୟ ଜାମ୍ମୁ-କାଶ୍ମୀରରେ ଏମିତି ହିଁ ତେଜ ଭୂମିକମ୍ପ ଆସିଥିଲା। ସେଥିରେ କାଶ୍ମୀର ବହୁତ କ୍ଷତିଗ୍ରସ୍ତ ହୋଇଥିଲା। ରେକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୭.୬ ଥିଲା, ଏଥିରେ ବହୁତ ଲୋକଙ୍କର ମୃତ୍ୟୁ ହୋଇଥିଲା।

ଡନ ନ୍ୟୁଜ ରିପୋର୍ଟ ଅନୁସାରେ, ପାକିସ୍ତାନରେ ଭୂମିକମ୍ପର ଝଟକା ଜୋରଦାର ଭାବରେ ଆଠ ରୁ ୧୦ ସେକେଣ୍ଡ ପର୍ଯ୍ୟନ୍ତ ଅନୁଭବ କରାଯାଇଥିଲା। ଭୂମିକମ୍ପର ପ୍ରଭାବ ପ୍ରମୁଖ ରୂପରେ ଇସ୍ଲାମାବାଦ, ପେଶାବର, ରାବଲପିଣ୍ଡି ଏବଂ ଲାହୌରରେ ଦେଖିବାକୁ ମିଳିଛି।

ପାକିସ୍ତାନର ଜିଓ ନ୍ୟୁଜ ଚ୍ୟାନେଲ୍ ମୁତାବକ ପିଓକେରେ ଏକ କେନାଲ କୂଳରେ ଥିବା ପ୍ରାୟତଃ ୨୦ ଗ୍ରାମ ଭୂମିକମ୍ପର ଘେରରେ ଆସିବାରୁ ସେଠାରେ ହଜାର ହଜାର ଲୋକ ଅସୁବିଧାରେ ଫସିଯାଇଛନ୍ତି।

ପିଓକେରେ ଭୂମିକମ୍ପର ଝଟକା ଅନୁଭବ ହେବା ପରେ ଲୋକମାନେ ନିଜ ଘରୁ ଏବଂ ଅପିସ୍ ରୁ ବାହରକୁ ଦୌଡ଼ୁଥିବାର ନଜର ଆସିଥିଲା।